ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଜୀବନ ବଦଳି ଯାଇଥାଆନ୍ତା, ଯଦି ସେ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ସୁପରହିଟ୍ ଫିଲ୍ମ ‘ବାଜିରାଓ ମସ୍ତାନୀ’ରେ ବାଜିରାଓ ରୋଲରେ ଅଭିନୟ କରିଥାଆନ୍ତେ ? କଥାଟି ହେଲା ଯେ ସଞ୍ଜୟ ବାଜିରାଓ ମସ୍ତାନୀ ଫିଲ୍ମ ପ୍ରଥମେ ସଲମାନ ଖାନ ଓ କରୀନା କପୁର ଖାନଙ୍କ ସହ ନିର୍ମାଣ କରିବାକୁ ଚାହୁଁଥିଲେ । କରୀନା ଏହି ଫିଲ୍ମରେ ମସ୍ତାନୀ ରୋଲ ପାଇଁ ଲୁକ ଟେଷ୍ଟ ମଧ୍ୟ ଦେଇଥିଲେ । ହେଲେ ପରେ ସଲମାନ ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଥିଲେ । ଯାହାପରେ ସଞ୍ଜୟଙ୍କୁ ଲାଗିଥିଲା ଏହି ଫିଲ୍ମରେ ନୂଆ ହିରୋଙ୍କୁ ନେଇ କାମ କଲେ ଭଲ ହେବ ।
ନିର୍ମାତା ଶେଖରଙ୍କ ପାଇଁ ସୁଶାନ୍ତ ହାତଛଡା କରିଥିଲେ ‘ବାଜିରାଓ ମସ୍ତାନୀ’ - ବ୍ଲକବଷ୍ଟର ଫିଲ୍ମ ବାଜିରାଓ ମସ୍ତାନୀ
ବ୍ଲକବଷ୍ଟର ଫିଲ୍ମ ‘ବାଜିରାଓ ମସ୍ତାନୀ’ରେ ନଜର ଆସିଥାଆନ୍ତେ ସୁଶାନ୍ତ । ହେଲେ ସେ ନିର୍ମାତା ଶେଖର କପୁରଙ୍କ ପାଇଁ ସଞ୍ଜୟ ଲୀଲା ଭଂସାଲୀଙ୍କୁ ମନା କରିଦେଇଥିଲେ ।
ଆଉ ସୁଶାନ୍ତ ସେହି ସମୟରେ ୟଶରାଜ ଫିଲ୍ମସରେ ତିନୋଟି ଫିଲ୍ମରେ ସାଇନ କରିସାରିଥିଲେ । ‘ଶୁଦ୍ଧ ଦେଶୀ ରୋମାନ୍ସ’ ନିର୍ମାଣ ହୋଇସାରିଥିଲା । ସୁଶାନ୍ତଙ୍କ ଅଭିନୟ ଦେଖି ସଞ୍ଜୟଙ୍କୁ ଲାଗିଥିଲା ଯେ ବାଜିରାଓ ପେଶୱା ପାଇଁ ସେ ପରଫେକ୍ଟ ଆକ୍ଟର ସାଜିବେ । ପରେ ଦୁଇଜଣଙ୍କ ମିଟିଂ ମଧ୍ୟ ହୋଇଥିଲା । ଯାହାପରେ ସୁଶାନ୍ତଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଥିଲା ନିଜ ଫେଭରେଟ ନିର୍ମାତା ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ପରଦାରେ କାମ କରିବାର ।
ହେଲେ ମିଟିଂର କିଛି ଦିନ ପୂର୍ବରୁ ସୁଶାନ୍ତ ନିର୍ମାତା ଶେଖର କପୁରଙ୍କୁ ସାକ୍ଷାତ କରିସାରିଥିଲେ । ଆଉ ସେହି ସମୟରେ ଶେଖର ନିଜ ଆଗାମୀ ଫିଲ୍ମ ‘ପାନି’ ପାଇଁ ସୁଶାନ୍ତଙ୍କୁ ଦୁଇ ବର୍ଷ ସମୟ ମାଗିଥିଲେ । ଏହି କାରଣ ପାଇଁ ସେ ଭଂସାଲୀଙ୍କ ଫେମସ ଫିଲ୍ମ ‘ବାଜିରାଓ ମସ୍ତାନୀ’ ଛାଡି ଦେଇଥିଲେ ସୁଶାନ୍ତ ।