ଓଡିଶା

odisha

By

Published : Feb 7, 2022, 8:58 AM IST

Updated : Feb 7, 2022, 9:43 AM IST

ETV Bharat / sitara

ଦିନେ ପାକିସ୍ତାନ କହିଥିଲା କଶ୍ମୀର ନିଅ ଲତା ଦିଦିଙ୍କୁ ଦିଅ

ନୀରବି ଯାଇଛନ୍ତି ସ୍ବର ସମ୍ରାଜ୍ଞୀ କୋକିଳ କଣ୍ଠୀ ସମସ୍ତଙ୍କ ପ୍ରିୟ ଗାୟିକା ଲତା ମଙ୍ଗେସକର । ତାଙ୍କ ବିୟୋଗରେ ଯେମିତି ଶ୍ରୀହୀନ ହୋଇଛି ସଙ୍ଗୀତ ଜଗତ । ତାଙ୍କ ଗୀତର କିଏ ବି ଦିୱାନା ନଥିଲା । କୁହାଯାଏ କଶ୍ମୀର ଠାରୁ ବି ମହଙ୍ଗା ଥିଲେ ଦିଦି । ତାଙ୍କ ଲୋକ ପ୍ରିୟତା ଏତେ ମାତ୍ରାରେ ଥିଲା ଯେ ଦିଦିଙ୍କ ପାଇଁ କାଶ୍ମୀର ଦେବାକୁ ବି ରାଜି ଥିଲେ ପାକିସ୍ତାନୀ ଗାୟକ । ଅଧିକ ପଢନ୍ତୁ

ଭାରତ- ପାକିସ୍ତାନକୁ ଡୋରିରେ ବାନ୍ଧିଥିଲା ଲତା
ଭାରତ- ପାକିସ୍ତାନକୁ ଡୋରିରେ ବାନ୍ଧିଥିଲା ଲତା

ନୂଆଦିଲ୍ଲୀ: ନୂଆ ଆଶା ସମ୍ଭାବନା ନେଇ ଉଇଁ ସାରିଥିଲା ସକାଳର ସୂରୁଜ ହେଲେ ଅଚାନକ ସତେ ଯେମିତି ସବୁ ଅଟକି ଗଲା । ସ୍ତବ୍ଧ ହୋଇଗଲା ସାରା ଦେଶ । କାରଣ ଦେଶ ହରାଇଥିଲା ତାର ରତ୍ନ । ଧରାପୃଷ୍ଠର ସରସ୍ବତୀଙ୍କ ସ୍ବର ସବୁଦିନ ପାଇଁ ଅଟକି ଗଲା । ନୀରବି ଯାଇଛନ୍ତି ସ୍ବର ସମ୍ରାଜ୍ଞୀ କୋକିଳ କଣ୍ଠୀ ସମସ୍ତଙ୍କ ପ୍ରିୟ ଗାୟିକା ଲତା ମଙ୍ଗେସକର । ତାଙ୍କ ବିୟୋଗରେ ଯେମିତି ଶ୍ରୀହୀନ ହୋଇଛି ସଙ୍ଗୀତ ଜଗତ । ତାଙ୍କ ଗୀତର କିଏ ବି ଦିୱାନା ନଥିଲା । କୁହାଯାଏ କାଶ୍ମୀର ଠାରୁ ବି ମହଙ୍ଗା ଥିଲେ ଦିଦି । ତାଙ୍କ ଲୋକପ୍ରିୟତା ଏତେ ମାତ୍ରାରେ ଥିଲା ଯେ ଦିଦିଙ୍କ ପାଇଁ କାଶ୍ମୀର ଦେବାକୁ ବି ରାଜି ଥିଲେ ପାକିସ୍ତାନୀ ଗାୟକ ।

ଭାରତ ଓ ପାକିସ୍ତାନର ଖଟାମିଠା ସମ୍ପର୍କ ବିଷୟରେ କାହାକୁ ବା ଅଛପା । ଏହି ଦୁଇ ଦେଶ ଭିତରେ ଏକ ଡୋର ଭଳି ଥିଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଯିଏକି ଦୁଇ ଦେଶର ଲୋକଙ୍କୁ ବାନ୍ଧି ପାରିଥିଲେ । ହିନ୍ଦୁସ୍ତାନ-ପାକିସ୍ତାନର ବିଭାଜନ କେବଳ ଗୋଟିଏ ଦେଶକୁ ଦୁଇ ଭାଗରେ ବିଭକ୍ତ କରିନଥିଲା ବରଂ ସଙ୍ଗୀତ ପ୍ରେମୀଙ୍କ ପ୍ରିୟ ଗାୟିକା ଲତା ଦିଦିଙ୍କ ଠାରୁ ମଧ୍ୟ ଦୂରେଇ ଯାଇଥିଲେ । ଦୂରରେ ଥାଇ ବି ପାକିସ୍ତାନର ସଙ୍ଗୀତ ପ୍ରେମୀ କେବେ ଲତାଙ୍କ ଠାରୁ ଅଲଗା ହୋଇପାରିଲେ ନାହିଁ । ସେ ସବୁବେଳେ ଚାହୁଁଥିଲେ କେମିତି ବି ହେଉ ଲତା ଦିଦି ତାଙ୍କ ପାଖକୁ ଚାଲି ଆସନ୍ତୁ । ଆଉ ଏଥିପାଇଁ ସେ କଶ୍ମୀର ଦେବା ପର୍ଯ୍ୟନ୍ତ ମଧ୍ୟ ରାଜି ଥିଲେ ।

ଏହାମଧ୍ୟ ପଢନ୍ତୁ:କୋକିଳକଣ୍ଠୀଙ୍କ କଣ୍ଠରୋଧ: କାହିଁକି କରିନଥିଲେ ବିବାହ ? କଣ ଥିଲା ବିବାଦ ଜାଣନ୍ତୁ

କୁହାଯାଏ ଅଲ ଇଣ୍ଡିଆ ରେଡିଓକୁ ଏକ ଚିଠି ଆସିଥିଲା । ଯେଉଁଥିଲେ ଲେଖାଥିଲା ହିନ୍ଦୁସ୍ତାନ କଶ୍ମୀର ରଖୁ କିନ୍ତୁ ଲତା ଦିଦିଙ୍କୁ ପାକିସ୍ତାନକୁ ଦେଇ ଦିଆଯାଉ । ଲତା ଦିଦିଙ୍କ ପ୍ରଶଂସକଙ୍କ ମଧ୍ୟରେ କେବଳ ସାଧାରଣ ଲୋକ ନଥିଲେ ବରଂ ବଡ ବଡ ଦିଗଜ୍ଜ ସଙ୍ଗୀତଜ୍ଞ ମଧ୍ୟ ସାମିଲ ଥିଲେ । ଯେଉଁଥିରେ ପ୍ରସିଦ୍ଧ ସଙ୍ଗୀତଜ୍ଞ ନୁର ଜାହାନଙ୍କ ନା ମଧ୍ୟ ଥିଲା । ଏକ ସମୟରେ ନୂର ଜାହାନ ଲତା ମଙ୍ଗେସକରଙ୍କ ବିଷୟରେ କହିଥିଲେ ଯେ ‘ଦିଦି ମତେ ପ୍ରଶଂସା କରନ୍ତି.. କିନ୍ତୁ ଲତା ମଙ୍ଗେସକର ହେଉଛନ୍ତି ଗୋଟିଏ, ଆଉ ତାଙ୍କ ଭଳି କେହି ଜନ୍ମ ହୋଇନାହାନ୍ତି । ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ ଲତା ମଙ୍ଗେସକର ପାକିସ୍ତାନ ଲୋକଙ୍କ ପାଇଁ କେତେ ମହତ୍ବପୂର୍ଣ୍ଣ ଥିଲେ । ହିନ୍ଦୁସ୍ଥାନରେ ଥାଇ ବି ପାକିସ୍ତାନ ହୃଦୟରେ ରାଜ୍‌ କରୁଥିଲେ ଲତା ଦିଦି ।

ଏହାବି ପଢନ୍ତୁ: ଯେବେ ଟିମ ଇଣ୍ଡିଆର ବିଜୟ ପାଇଁ ନିର୍ଜଳା ବ୍ରତ ରଖିଥିଲେ ଲତା ମଙ୍ଗେସକର

ପ୍ରକାଶ ଥାଉ କି, ଗତକାଲି (ରବିବାର) ମେଲୋଡି କ୍ବିନ ଲତା ମଙ୍ଗେସକରଙ୍କ ପରଲୋକ ଘଟିଛି । ହେଲେ ସେ ସମସ୍ତଙ୍କ ହୃଦୟରେ ରହିବେ ଆକାଶରେ ସୂର୍ଯ୍ୟ ତାର ଜହ୍ନ ଥିବା ଯାଏ । ତାଙ୍କ ଗୀତରେ ପ୍ରତିଟି ଜୀବନ ସଙ୍ଗୀତମୟ ହୋଇଛି । ଜୀବନର ମାନେ ବୁଜାଇଛି ସୁଖରେ ଦୁଃଖରେ ଚିନ୍ତାରେ ଚେତନାରେ ହୃଦୟର କୋଣ ଅନୁକୋଣରେ ରହିଛି ରହିବ ତାଙ୍କ ସ୍ବରରୁ ଝରି ପଡୁଥିବା ପ୍ରତିଟି ଗୀତ ।

Last Updated : Feb 7, 2022, 9:43 AM IST

ABOUT THE AUTHOR

...view details