ଓଡିଶା

odisha

ETV Bharat / sitara

ସାରା ନା ଅନନ୍ୟା !

ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ବଲିଉଡ ବକ୍ସଅଫିସକୁ ଦୁଇଟି ଧମାକାଦାର ହିଟ ଫିଲ୍ମ ଭେଟି ଦେବାପରେ ଯୁବପିଢିଙ୍କ ମଧ୍ୟରେ ବେଶ ଚର୍ଚ୍ଚିତ । ଖାସ କରି ଝିଅଙ୍କ ହୃଦୟରେ କାର୍ତ୍ତିକ ନେଇଛନ୍ତି ସ୍ବତନ୍ତ୍ର ସ୍ଥାନ । ଆଉ ସେହି ଝିଅମାନଙ୍କ ମଧ୍ୟରେ ସାରା ଅଲ୍ଲୀ ଖାନ ଅନ୍ୟତମ ।

By

Published : Feb 4, 2019, 12:46 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ


ହାଇଦ୍ରାବାଦ: ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ବଲିଉଡ ବକ୍ସଅଫିସକୁ ଦୁଇଟି ଧମାକାଦାର ହିଟ ଫିଲ୍ମ ଭେଟି ଦେବାପରେ ଯୁବପିଢିଙ୍କ ମଧ୍ୟରେ ବେଶ ଚର୍ଚ୍ଚିତ । ଖାସ କରି ଝିଅଙ୍କ ହୃଦୟରେ କାର୍ତ୍ତିକ ନେଇଛନ୍ତି ସ୍ବତନ୍ତ୍ର ସ୍ଥାନ । ଆଉ ସେହି ଝିଅମାନଙ୍କ ମଧ୍ୟରେ ସାରା ଅଲ୍ଲୀ ଖାନ ଅନ୍ୟତମ ।

କରଣ ଜୋହରଙ୍କ ଚାଟ ଶୋ'ରେ ସାରା କହିଥିଲେ ଯେ ସେ କାର୍ତ୍ତିକଙ୍କ ସହ ଡେଟ କରିବାକୁ ଚାହୁଁଛନ୍ତି । ଆଉ ତାପରେ ଆରମ୍ଭ ହୋଇଗଲା ଉଭୟଙ୍କୁ ନେଇ ଅନେକ ଚର୍ଚ୍ଚା । ଏନେଇ ଯେବେ କାର୍ତ୍ତିକ, ସାରାଙ୍କ ସହ ଡେଟରେ ଯିବାକୁ ଚାହିଁବେ କି ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା, ସେବେ କାର୍ତ୍ତିକ ମଧ୍ୟ ହଁ କହିଥିଲେ । କିନ୍ତୁ ଏଥିରେ ବାଧକ ସାଜିଥିଲେ ନବାଗତା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ।


ପରେ ଅନନ୍ୟାଙ୍କ ସହ କାର୍ତ୍ତିକଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳୁଥିବାବେଳେ ଉଭୟଙ୍କ ମଧ୍ୟରେ କିଛି ଚାଲିଛି ବୋଲି କୁହାଯାଉଥିଲା । କିନ୍ତୁ କାର୍ତ୍ତିକ ସବୁ ରହସ୍ୟର ଖୁଲାସା କରି କହିଥିଲେ ଏହା କେବଳ ର୍ୟୁମର । ମୁଁ ଅନନ୍ୟାଙ୍କ ସହ ଗୋଟିଏ ଫିଲ୍ମର ସୁଟିଂ କରିବାକୁ ଯାଉଛି ।

ଆଉ ଏବେ ନିକଟରେ ଫ୍ୟାନଙ୍କ ସହ ସୋସିଆଲ ମିଡିଆରେ #ଆସ୍କକାର୍ତ୍ତିକ ମାଧ୍ୟମରେ ଜଣେ ପ୍ରଶଂସକ ସାରା ଓ ଅନନ୍ୟାଙ୍କ ମଧ୍ୟରୁ କିଏ ତାଙ୍କର ପ୍ରିୟ ବୋଲି ପଚାରିଥିଲେ, ଏହାର ଉତ୍ତରରେ କାର୍ତ୍ତିକ କହିଛନ୍ତି, 'ଯାହାର ମୁଁ ପ୍ରିୟ ଅଟେ ।'

ତେବେ କାର୍ତ୍ତିକ ଓ ଅନନ୍ୟା ଆଗାମୀ ଫିଲ୍ମ 'ପତି ପତ୍ନୀ ଔର ବୋ' ରିମେକରେ ଏକାଠି ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ଉଭୟଙ୍କ ସହ ଭୂମି ପାଣ୍ଡେକର ମଧ୍ୟ ନଜର ଆସିବେ । ଫିଲ୍ମଟିରେ ଭୂମି କାର୍ତ୍ତିକଙ୍କ ପତ୍ନୀ ଭାବରେ ନଜର ଆସିବାବେଳେ ଅନନ୍ୟା ତାଙ୍କ ସେକ୍ରେଟାରୀ ଆକା ପ୍ରେମିକା ଭାବରେ ନଜର ଆସିବେ ।

For All Latest Updates

ABOUT THE AUTHOR

...view details