ହାଇଦ୍ରାବାଦ: ଭାରତୀୟ ସିନେମାର ପ୍ରଥମ ପରିବାରରୁ ଆସିଥିବା ସତ୍ତ୍ବେ କରୀନା କପୁର ଖାନଙ୍କ ପିଲାଦିନ ତାଙ୍କ ସମ୍ପର୍କୀୟ ଭାଇ ରଣବୀର କପୁରଙ୍କ ଜୀବନ ଭଳି ନଥିଲା । ଏମିତି କିଛି ସମୟ ଥିଲା ଯେତେବେଳେ କରୀନା, ତାଙ୍କ ମାଆ ବବିତା କପୁର ଏବଂ ଭଉଣୀ କରିସ୍ମା କପୁରଙ୍କ ବିନା ମଧ୍ୟ ଏକୁଟିଆ ରହିଥିଲେ।
ବର୍ତ୍ତମାନ କ୍ବିନ ଭଳି ଜୀବନଯାପନ କରୁଛନ୍ତି ବଲିଉଡ ଡିଭା କରୀନା କପୁର । କିନ୍ତୁ ଏମିତି ଦିନ ଥିଲା ଯେତେବେଳେ କରୀନାଙ୍କ ପାଇଁ ସବୁକିଛି ଲିମିଟେଡ ଥିଲା । ତେବେ ଜୀବନରେ ଏକାକୀ ବଞ୍ଚିବା ପାଇଁ ମାଆ ବବିତା ଓ ବଡ ଭଉଣୀ ତଥା ବଲିଉଡ ଅଭିନେତ୍ରୀ କରୀସ୍ମା ତାଙ୍କୁ ଏକାକୀ ଛାଡିଥିଲେ । କରୀନା ତାଙ୍କ ଜୀବନର ରିଅଲ ସାଇଡ ଦର୍ଶକଙ୍କ ସହିତ ସେୟାର କରିଛନ୍ତି ।
ଏକ ଇଣ୍ଟରଭ୍ୟୁରେ କରୀନା କହିଥିଲେ ସମ୍ପର୍କୀୟ ଭାଇ ରଣବୀରଙ୍କ ଭଳି ତାଙ୍କ ପିଲାଦିନ ସମାନ ନଥିଲା । ବଡ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ମାଆ ବବିତା ତାଙ୍କୁ ଏକାକୀ ସବୁ ଜିନିଷ ସାମନାକୁ କରିବାକୁ କହୁଥିଲେ । ସବୁ କିଛି କରୀସ୍ମା ଓ ତାଙ୍କ ପାଇଁ ଲିମିଟେଡ ଥିଲା ବୋଲି ସେ କହିଛନ୍ତି । ସେ ଲକ୍ସରୀ ଲାଇଫ ଅତିବାହିତ କରିନାହାନ୍ତି । ଭଲ ଜୀବନ ପାଇବା ପାଇଁ ସେମାନେ ସଂଘର୍ଷ କରିଛନ୍ତି ବୋଲି କହିଛନ୍ତି କରୀନା ।
କରୀସ୍ମା ସ୍ଥାନୀୟ ଟ୍ରେନରେ କଲେଜ ଯାଉଥିଲେ । କିନ୍ତୁ ସେଥିରୁ ସେ ବଞ୍ଚିଯାଇଥିଲେ । କାରଣ ସେ ବିଦେଶରେ କଲେଜ ଶେଷ କରିଥିଲେ । କିନ୍ତୁ ଅନ୍ୟମାନଙ୍କ ପରି ସେ ସ୍କୁଲ ବସରେ ସ୍କୁଲ ଯାଉଥିଲେ । ପ୍ରତିଟି ଜିନିଷର ମୂଲ୍ୟ ବୁଝିବା ପାଇଁ ତାଙ୍କୁ ଲକ୍ସରୀ ଲାଇଫରୁ ମାଆ ବବିତା ବଞ୍ଚିତ କରୁଥିଲେ ବୋଲି ସେ କହିଛନ୍ତି ।
ପିତା ରଣଧୀର କପୁର ଓ ମାଆ ବବିତାଙ୍କ ସନ୍ତାନ ହେଉଛନ୍ତି କରୀସ୍ମା ଓ କରୀନା । ରଣଧୀର ଓ ବବିତା 1971 ମସିହାରେ ପ୍ରେମ ବିବାହ କରିଥିଲେ । କିନ୍ତୁ ସେମାନେ 1988 ମସିହାରେ ପରସ୍ପରଠାରୁ ଛାଡପତ୍ର ବିନା ଅଲଗା ହୋଇଥିଲେ । କରୀନା ଓ କରୀସ୍ମାଙ୍କୁ ନିଜ ଅର୍ଥରେ ବଡ କରିବାକୁ ବବିତା ନିଷ୍ପତ୍ତି ନେଇଥିଲେ । ଏହି ସମୟରେ କରୀସ୍ମାଙ୍କୁ 14 ବର୍ଷ ହୋଇଥିବା ବେଳେ କରୀନାଙ୍କୁ 8 ବର୍ଷ ହୋଇଥିଲା ।
ରଣଧୀର ଅଧିକ ମଦ୍ୟ ପାନ କରୁଥିବାବେଳେ ଘରକୁ ବିଳମ୍ବରେ ଆସୁଥିଲେ । ଉଭୟଙ୍କ ଲାଇଫ ଷ୍ଟାଇଲ ସମାନ ନଥିବାରୁ ସେମାନେ ପରସ୍ପରଠାରୁ ଅଲଗା ହୋଇଥିଲେ । ରଣଧୀର ବବିତାଙ୍କ ଆଶା ଅନୁଯାୟୀ ନିଜ ଜୀବନ ବିତାଇବାକୁ ଚାହିଁନଥିଲେ । ତେଣୁ ସେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । କରୀନା ଓ କରୀସ୍ମାଙ୍କୁ ବବିତାଙ୍କୁ ବଡ କରିଛନ୍ତି । ଉଭୟ ନିଜ କ୍ୟାରିଅରର ଭଲ ପୋଜିସନରେ ଅଛନ୍ତି । ଏହାକୁ ନେଇ ସେ ଖୁସି ବୋଲି ରଣଧୀର ଏକ ଇଣ୍ଟରଭ୍ୟୁରେ କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ