ହାଇଦ୍ରାବାଦ: ଚଳିତ ବର୍ଷ ବଲିଉଡର ଫେମସ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଦୀର୍ଘ ଦିନ ଧରି ରିଲେସନସିପରେ ଥିବାର କଥା ଶୁଣିବାକୁ ମିଳୁଛି । ଯାହା ପରେ ଉଭୟଙ୍କ ଅନେକ ଫଟୋ ଇଣ୍ଟରନେଟରେ ଭାଇରାଲ ମଧ୍ୟ ହେଉଛି ।
ଲଭବାର୍ଡ ରଣବୀର ଏବଂ ଆଲିଆଙ୍କ ବିବାହକୁ ନେଇ ଏବେ ବହୁ ଚର୍ଚ୍ଚା ରହିଛି ।
ରଣବୀର ଏବଂ ଆଲିଆଙ୍କ ପ୍ରଶଂସକମାନେ ତାଙ୍କର ବିବାହ ବିଷୟରେ ଶୁଣିବାକୁ ଅପେକ୍ଷା କରିଥିବାବେଳେ ନିକଟରେ ଏକ ସାକ୍ଷାତକାରରେ ରାଜି ଷ୍ଟାର କହିଛନ୍ତି ଯେ, ବର୍ତ୍ତମାନ ବିବାହ ବିଷୟରେ ମୁଁ କିଛି ଭାବିନାହିଁ, କାରଣ ମୁଁ ଏବେ ବହୁତ ଛୋଟ ଅଛି । "ମୁଁ କେବେ ବିବାହ କରିବି ? ଏହି ପ୍ରଶ୍ନ କାହିଁକି ମତେ ସମସ୍ତେ ପଚାରୁଛନ୍ତି ? ଆପଣ ଜାଣନ୍ତି ମୋର ବୟସ ମାତ୍ର 25 ବର୍ଷ, ଏବଂ ମୁଁ ଭାବୁଛି ବର୍ତ୍ତମାନ ବିବାହ କରିବା ପାଇଁ ମୋର ସଠିକ ସମୟ ଏବଂ ବୟସ ନୁହେଁ " ।