ହାଇଦ୍ରାବାଦ: ବଲିଉଡ ଅଭିନେତା ଟାଇଗର ଶ୍ରଫ ଓ ଅଭିନେତ୍ରୀ ଦିଶା ପଟାନି ବହୁ ଦିନ ଧରି ସମ୍ପର୍କରେ ରହିଥିବା ଚର୍ଚ୍ଚା ହୋଇଆସୁଛି । ତେବେ ଏହି ସମ୍ପର୍କରେ ଟାଇଗର ବହୁତ ଧୀର ବା 'too slow motion' କହିଛନ୍ତି ଦିଶା । ଦିଶା ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।
ଅଭିନେତା ଟାଇଗର ସବୁବେଳେ ଦିଶା ଓ ସେ ଉତ୍ତମ ବନ୍ଧୁ ବୋଲି କହୁଥିବା ବେଳେ ଦିଶା ସାଙ୍ଗଠାରୁ ସେମାନେ ଅଧିକ ବୋଲି ଖୁଲାସା କରିବାକୁ ଚାହୁଁଛନ୍ତି । ଗଣମାଧ୍ୟମ ସାମ୍ନାରେ ଟାଇଗରଙ୍କ ପ୍ରତି ତାଙ୍କର ଥିବା ଅନୁଭବକୁ ସେ ପ୍ରକାଶ କରିଛନ୍ତି । ସେ ବହୁତ ଉଦ୍ୟମ କରିବା ପରେ ବି ଟାଇଗର ତାଙ୍କୁ ଏପର୍ଯ୍ୟନ୍ତ ଇମ୍ପ୍ରେସ କରାଇ ପାରିନାହାନ୍ତି । ତେବେ ସେ ସମ୍ପର୍କକୁ ଆଗକୁ ବଢାଇବାରେ ଖୁବ ଧୀର ବୋଲି ଦିଶା କହିଛନ୍ତି । ତେବେ କେହି ଜଣେ ମୌନ ଭଙ୍ଗ କରି ମୁହଁ ଖୋଲିବାକୁ ବାଧ୍ୟ ହେବ ବୋଲି ସେ କହିଛନ୍ତି ।
ଗଣମାଧ୍ୟମ ସମ୍ମୁଖରେ ଦିଶା କହିଛନ୍ତି ଯେ ସେ ତାଙ୍କୁ ଇମ୍ପ୍ରେସ କରିବାରେ ଲାଗିଛନ୍ତି । ସେ ଏ ସମ୍ପର୍କରେ ଟାଇଗରଙ୍କୁ ମଧ୍ୟ କହିଛନ୍ତି । ଟାଇଗରଙ୍କୁ ଇମ୍ପ୍ରେସ କରିବା ପାଇଁ ସେ ଜିମ୍ନାଷ୍ଟିକ ଶିଖିବା ସହ ନିଆଁ ଲାଗିଥିବା ରିଙ୍ଗର ଷ୍ଟଣ୍ଟ ମଧ୍ୟ କରିଥିଲେ । ତଥାପି ଟାଇଗର ତାଙ୍କଠୁ ଇମ୍ପ୍ରେସ ହୋଇନାହାନ୍ତି । ସେ ଆଉ କ'ଣ କରିବେ ବୋଲି ଦିଶା ପ୍ରଶ୍ନ କରିଛନ୍ତି ।