ଓଡିଶା

odisha

ETV Bharat / sitara

ଦିନକ ପୂର୍ବରୁ ଆସିଲା ‘ଦ ଫ୍ୟାମିଲି ମ୍ୟାନ 2’, ସରପ୍ରାଇଜ ପାଇ ଦର୍ଶକ ଖୁସ୍ - ମନୋଜ ବାୟପେୟୀଙ୍କ ବହୁ ପ୍ରତିକ୍ଷିତ ସିରିଜ ‘ଦ ଫ୍ୟାମିଲି ମ୍ୟାନ 2’

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ଦ ଫ୍ୟାମିଲି ମ୍ୟାନ 2’ । ଜୁନ 4 ପରିବର୍ତ୍ତେ 3ରେ ରିଲିଜ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ମେକର୍ସ । ଅଧିକ ପଢନ୍ତୁ...

ଦିନକ ପୂର୍ବରୁ ଆସିଲା ‘ଦ ଫ୍ୟାମିଲି ମ୍ୟାନ 2’,
ଦିନକ ପୂର୍ବରୁ ଆସିଲା ‘ଦ ଫ୍ୟାମିଲି ମ୍ୟାନ 2’,

By

Published : Jun 4, 2021, 9:14 AM IST

ମୁମ୍ବାଇ: ଦୀର୍ଘ ସମୟରୁ ଚର୍ଚ୍ଚାରେ ଥିବା ମନୋଜ ବାୟପେୟୀଙ୍କ ବହୁ ପ୍ରତିକ୍ଷିତ ସିରିଜ ‘ଦ ଫ୍ୟାମିଲି ମ୍ୟାନ 2’କୁ ଦେଖିବାକୁ ଅପେକ୍ଷା କରିଥିଲେ ଦର୍ଶକ । ଯାହାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ବଡ ସରପ୍ରାଇଜ ଦେଇଛନ୍ତି ମେକର୍ସ । କାରଣ ନିର୍ଦ୍ଧାରିତ ତାରିଖ ପୂର୍ବରୁ ସିରିଜକୁ ରିଲିଜ କରିଦିଆଯାଇଛି । ଆଜ୍ଞା ହଁ, ଶୁକ୍ରବାର ରିଲିଜ ହେବାକୁ ଥିବା ଏହି ସିରିଜକୁ ଗୁରୁବାର ରାତି 8ଟାରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ କରାଯାଇଛି । ଯାହାକୁ ନେଇ ଦର୍ଶକଙ୍କ ଖୁସି ନକହିଲେ ସରେ ।

ସମୟ ପୂର୍ବରୁ ସିରିଜ ଦେଖିବାକୁ ନେଇ ସୋସିଆଲ ମିଡିଆରେ ଦର୍ଶକ ନିଜ ନିଜ ଖୁସି ପ୍ରକାଶ କରୁଥିବାର ନଜର ଆସୁଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ସିରିଜର ମିମ୍ ।

ପ୍ରକାଶ ଥାଉକି ମନୋଜଙ୍କ ବ୍ୟତୀତ ଅନେକ ଜଣାଶୁଣା କଳାକାର ସିରିଜରେ ନଜର ଆସିଛନ୍ତି । ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ଏହି ସିରିଜରୁ ଓଟିଟି ଡେବ୍ୟୁ କରିଥିବାବେଳେ, ଦର୍ଶନ କୁମାର, ସନ୍ନି ହିନ୍ଦୁଜା, ଶ୍ରେୟା ଧନବନ୍ତରି, ଶହାବ ଅଲ୍ଲୀ, ବେଦାନ୍ତ ସିହ୍ନା, ମହେକ ଠାକୁର ଏବଂ ସୀମା ବିଶ୍ବାସ ଭଳି କଳାକାର ଅଭିନୟ କରୁଛନ୍ତି । ‘ଦ ଫ୍ୟାମିଲି ମ୍ୟାନ 2’ର ପ୍ରଥମ ସିଜନ ମଧ୍ୟ ଖୁବ୍ ଲୋକପ୍ରିୟ ହାସଲ କରିଥିଲା ।

ABOUT THE AUTHOR

...view details