ଓଡିଶା

odisha

ETV Bharat / sitara

ସୁଶାନ୍ତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଜାରି ହେଲା ‘ସୁଇସାଇଡ’ର ପୋଷ୍ଟର - ଓଟିଟି ପ୍ଲାଟଫର୍ମରେ ରିଲିଜ ହେବେ ସିରିଜ ‘ସୁଇସାଇଡ’

ଆସନ୍ତା ବର୍ଷ ସୁଶାନ୍ତଙ୍କ ଜନ୍ମ ବାର୍ଷିକୀରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବେ ସିରିଜ ‘ସୁଇସାଇଡ’ । ଏବେ ଜାରି ହୋଇଯାଇଛି ଏହାର ପ୍ରଥମ ପୋଷ୍ଟର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ ଆର୍ଯ୍ୟପୁତ୍ର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ ଆର୍ଯ୍ୟପୁତ୍ର

By

Published : Jun 16, 2021, 8:42 AM IST

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସଂଘର୍ଷ କରୁଥିବା ଅଭିନେତାଙ୍କ କାହାଣୀ, ଯେଉଁମାନେ ବହୁତ ଭଲ କାମ କରିଛନ୍ତି, ତଥାପି ଇଣ୍ଡଷ୍ଟ୍ରିର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପ ଯୋଗୁଁ ସେମାନେ ସଫଳତା ଏବଂ ଖ୍ୟାତିର ଅଂଶ ପାଇନାହାଁନ୍ତି ଏବଂ ହଠାତ୍ ରହସ୍ୟମୟ ଢଙ୍ଗରେ ଦୁନିଆ ଛାଡି ଚାଲିଯାଇଛନ୍ତି । ଏହି ବିଷୟବସ୍ତୁ ନେଇ ଆଧାରିତ ୱେବ ସିରିଜ ‘ସୁଇସାଇଡ: ସଚ୍ ୟା ଫରେବ’ । ଯାହାର ଫାଷ୍ଟଲୁକ ପୋଷ୍ଟର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଜାରି କରିଛନ୍ତି ମେକର୍ସ ।

ସିରିଜରେ ଅଭିନେତା ଆର୍ଯ୍ୟପୁତ୍ର ମୁଖ୍ୟ ଭୂମିକାରେ ନଜର ଆସିବେ । ସେହିପରି ସେ ଛତିଶଗଡର ପ୍ରଥମ ଶହୀଦ ଭୀର ନାରାୟଣ ସିଂଙ୍କ ଉପରେ ଆଧାରିତ ଫିଲ୍ମରେ ସେ ବୀର ନାରାୟଣ ସିଂ ଭାବରେ ବଲିଉଡରେ ଡେବ୍ୟୁ କରୁଛନ୍ତି।

ଅବିନାଶ ବାୱାନକର ହେଉଛନ୍ତି ସିରିଜର ଲେଖକ ତଥା ନିର୍ଦ୍ଦେଶକ ଏବଂ ଆଦିତ୍ୟ ଗର୍ଗ ପ୍ରଯୋଜକ । ଏହି ସିରିଜ କାଳ୍ପନିକ ଚରିତ୍ର ଶଶାଙ୍କ ଉପରେ ଆଧାରିତ। ଆସନ୍ତା ବର୍ଷ ଜାନୁଆରୀ 21 ତଥା ସୁଶାନ୍ତଙ୍କ ଜନ୍ମ ବାର୍ଷିକୀରେ ଓଟିଟି ପ୍ଲାଟଫର୍ମରେ ଏହାକୁ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

ABOUT THE AUTHOR

...view details