ଓଡିଶା

odisha

ETV Bharat / sitara

‘ମିର୍ଜାପୁର’ ସିରିଜ ଫ୍ୟାନ୍ସଙ୍କ ପାଇଁ ସ୍ପେଶାଲ ଭିଡିଓ - ଆମାଜନ ପ୍ରାଇମ ନିଜର ପପୁଲାର ଶୋ ‘ମିର୍ଜାପୁର’ ସହ ସମ୍ପୃକ୍ତ ଥିବା ଏକ ସ୍ପେଶାଲ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି

ଆମାଜନ ପ୍ରାଇମ ନିଜର ପପୁଲାର ଶୋ ‘ମିର୍ଜାପୁର’ ସହ ସମ୍ପୃକ୍ତ ଥିବା ଏକ ସ୍ପେଶାଲ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଦ୍ବିତୀୟ ସିଜନର ଝଲକ ଦେଖାଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର

By

Published : Aug 21, 2020, 8:12 PM IST

ମୁମ୍ବାଇ: ଆମାଜନ ପ୍ରାଇମ ଭିଡିଓର ଚର୍ଚ୍ଚିତ ୱେବ ସିରିଜ ‘ମିର୍ଜାପୁର’ର ଦ୍ବିତୀୟ ସିଜନ ଦେଖିବାକୁ ଦୀର୍ଘ ସମୟରୁ ବ୍ୟାକୁଳ ଅଛନ୍ତି ଦର୍ଶକ । ଆଗାମୀ ସିଜନକୁ ନେଇ ଏକ୍ସାଇଟେଡ ସମସ୍ତେ । ‘ମିର୍ଜାପୁର’ର ପ୍ରଥମ ସିଜନ ଖୁବ୍ ଲୋକପ୍ରିୟ ହୋଇଥିଲା । ଓଟିଟି ପ୍ଲାଟଫର୍ମର ସବୁଠୁ ପସନ୍ଦୀୟ ୱେବ ସିରିଜ ମଧ୍ୟ ସାଜିଥିଲା ଅଲ୍ଲୀ ଫଜଲଙ୍କ ଏହି ସିରିଜ।

ଇତିମଧ୍ୟରେ ସିରିଜର ମେକର୍ସ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇ ଏକ ସ୍ପେଶାଲ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଆମାଜନ ପ୍ରାଇମର ଟ୍ବିଟରରେ ଏହି ସ୍ପେଶାଲ ଭିଡିଓ ସେୟାର କରାଯାଇଛି । ଭିଡିଓରେ ‘ମିର୍ଜାପୁର 2’ର କିଛି ଝଲକ ପର୍ଯ୍ୟବେଶିତ କରାଯାଇଛି ।

ପ୍ରକାଶ ଥାଉକି ଆମାଜନ ଏକ ଶୋ-ରିଲ ତିଆରି କରିଛି । ଯେଉଁଥିରେ ମିର୍ଜାପୁର ପ୍ରତି ଦର୍ଶକଙ୍କ ସ୍ନେହ ଓ ପାଗଳାମୀ ଦେଖିବାକୁ ମିଳୁଛି । ସେହିପରି ଏହାର କ୍ୟାପସନରେ ଲେଖାଯାଇଛି, ‘#ms2w ହେଲେ ବାସ୍ ଆଉ ଥରେ।’ ଚର୍ଚ୍ଚା ଜୋର ଧରିଛି ଯେ ସେପ୍ଟେମ୍ବରରେ ‘ମିର୍ଜାପୁର’ର ଷ୍ଟ୍ରିମିଂ ହେବ ବୋଲି।

For All Latest Updates

ABOUT THE AUTHOR

...view details