ଓଡିଶା

odisha

ETV Bharat / sitara

କିପରି ‘ବ୍ରେଥ’ ପାଇଁ ଅମିତ ସାଜିଲେ କବୀର, ଜାଣନ୍ତୁ - ଫେମସ ଆକ୍ଟର ଅମିତ ସାଧ ନିଜ ଅଭିନୀତ ୱେବ ସିରିଜ ‘ବ୍ରେଥ’

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅମିତ ସାଧ । ଭାଇରାଲ ହେଲା ତାଙ୍କ ୱାର୍କଆଉଟ ଭିଡିଓ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତ ସାଧ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତ ସାଧ

By

Published : Jul 17, 2020, 4:20 PM IST

ମୁମ୍ବାଇ: ଫେମସ ଆକ୍ଟର ଅମିତ ସାଧ ନିଜ ଅଭିନୀତ ୱେବ ସିରିଜ ‘ବ୍ରେଥ’ ପାଇଁ ଦୀର୍ଘ ସମୟରୁ ଚର୍ଚ୍ଚାରେ ଅଛନ୍ତି । ଏହି ସିରିଜର ଦୁଇଟି ସିଜନରେ ତାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ସିରିଜରେ ତାଙ୍କ ରୋଲ କବୀର ସାୱନ୍ତ ସମସ୍ତଙ୍କ ମନ କିଣିବାରେ ସଫଳ। କିନ୍ତୁ ଫ୍ୟାନ୍ସଙ୍କୁ ଏହା ଜଣାନାହିଁ ଯେ କବୀର ରୋଲ ପାଇଁ ଅମିତଙ୍କୁ କଡା ପରିଶ୍ରମ କରିବାକୁ ପଡିଛି ବୋଲି । ତେବେ ଆସନ୍ତୁ ଅମିତରୁ କବୀର ହେବାକୁ କଣ କଣ କରିଥିଲେ ଅଭିନେତା ନଜର ପକାଇବା...

ଅମିତ ସୋସିଆଲ ମିଡିଆରେ ଦୁଇଟି ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରୁ ଜଣାପଡୁଛି ସେ କବୀର ରୋଲ ପାଇଁ ନିଜ ବଡି ଟ୍ରାନ୍ସଫର୍ମ କରିଛନ୍ତି ସେ। ଜିମରେ ଘଣ୍ଟା ଘଣ୍ଟା ୱାର୍କଆଉଟ କରି ନିଜ ବଡିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଥିଲେ।

ନିଜର ଏକ ଫଟୋ ସହ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଆଉ ନିଜ ଫିଟନେସ କୋଚକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । କାରଣ କୋଚଙ୍କ ପାଇଁ ଆଜି ସେ ଏପରି ରୋଲରେ ଫିଟ୍ ନଜର ଆସିପାରିଛନ୍ତି। ଦେଖନ୍ତୁ ଭିଡିଓ....

ପ୍ରକାଶ ଥାଉକି ‘ବ୍ରେଥ 2’ରେ ଅମିତଙ୍କ ସହ ଅଭିଷେକ ବଚ୍ଚନ ଓ ନିତ୍ୟା ମେନନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ନିକଟରେ ଆମାଜନ ପ୍ରାଇମ ଭିଡିଓରେ ଏହାର ଷ୍ଟ୍ରିମିଂ କରାଯାଇଥିଲା। ଏହି ୱେବ ସିରିଜ ଜରିଆରେ ଅଭିଷେକ ଓ ନିତ୍ୟା ଡିଜିଟାଲ ଡେବ୍ୟୁ କରିଛନ୍ତି ।

For All Latest Updates

ABOUT THE AUTHOR

...view details