ଓଡିଶା

odisha

ETV Bharat / sitara

ଆୟୁଷ୍ମାନଙ୍କ ଆହ୍ବାନ

'ଆର୍ଟିକିଲ-15' ଫିଲ୍ମକୁ ନେଇ ଚର୍ଚ୍ଚାରେ ଆୟୁଷ୍ମାନ ଖୁରାନା । ଦେଶକୁ ପରିବର୍ତ୍ତନ କରିବାର ଆବଶ୍ୟକ ଅଛି ବୋଲି ଦର୍ଶକଙ୍କୁ ଭିଡିଓ ମାଧ୍ୟମରେ ଜଣାଇଛନ୍ତି ଆୟୁଷ୍ମାନ ।

By

Published : Jun 17, 2019, 11:20 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ମୁମ୍ବାଇ: ପୁଣିଥରେ ଦମଦାର କାହାଣୀ ନେଇ ପରଦାରେ ନଜର ଆସିବେ ଟ୍ୟାଲେଣ୍ଟେଡ ଅଭିନେତା ଆୟୁଷ୍ମାନ ଖୁରାନା । ଫିଲ୍ମ 'ଆର୍ଟିକିଲ-15'ରେ ଲୋହର୍ଷଣକରୀ କାହାଣୀ ଦେଖିବାକୁ ଯାଉଛନ୍ତି ଦର୍ଶକ । ଜାତି ଭେଦଭାବ ଉପରେ ଆଧାରିତ ଫିଲ୍ମ 'ଆର୍ଟିକଲ-15' ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ।

ଇତିମଧ୍ୟରେ ଏକ ସାକ୍ଷାତକାରରେ ଆୟୁଷ୍ମାନ କହିଛନ୍ତି କି ଆମ ଦେଶ ସବୁଠାରୁ ନିଆରା କାରଣ ଏଠାରେ ଅନେକ ପ୍ରକାରର ଲୋକେ ବାସ କରୁଛନ୍ତି । । ଆମେ ପରସ୍ପର ପ୍ରତି ବହୁତ ସମ୍ବେଦନଶୀଳ । ଆମେ ନିଜ ନିଜ ବାସ୍ତବ ଜୀବନରେ ଏତେ ଦୁଃଖି ଅଛେ କି ଗର୍ବ ଅନୁଭବ କରିବା ପାଇଁ କିଛି ଜିନିଷର ଆବଶ୍ୟକ ଅଛି ।

ଆୟୁଷ୍ମାନଙ୍କ କହିବା କଥା ହେଲା, ଆମକୁ ଦେଶ ଉପରେ ଗର୍ବ କରିବା କଥା, କିନ୍ତୁ ଆଖି ବନ୍ଦ କରି ନୁହେଁ । କାରଣ ଏବେ ବି ଦେଶକୁ ଭଲ କରିବାର ଆବଶ୍ୟକ ଅଛି ବୋଲି କହିଛନ୍ତି ଆୟୁଷ୍ମାନ ।

ପ୍ରକାଶ ଥାଉକି ଗତ କାଲି ଆଇସିସି ବିଶ୍ବ କପ-2019ର ବହୁପ୍ରତିକ୍ଷିତ ଭାରତ-ପାକ ମ୍ୟାଚକୁ ନେଇ ନିଜ ଫିଲ୍ମର ପ୍ରମୋଶନ ଶାନଦାର ଅନ୍ଦାଜରେ କରିଛନ୍ତି ଆୟୁଷ୍ମାନ । ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର ଦେଶବାସୀଙ୍କୁ ଭଲ ମେସେଜ ଦେଇଛନ୍ତି ।

ଭିଡିଓରେ ସେ ଏହା କହୁଥିବାର ନଜର ଆସୁଛନ୍ତି କି ଭାରତ ପାକିସ୍ତାନ ମ୍ୟାଚ ସମୟରେ ସମସ୍ତେ ନିଜ ନିଜ ଜାତିଧର୍ମ ଭୁଲ ମ୍ୟାଚ ଏନଜୟ କରନ୍ତି । ଏହିସମୟରେ ଆର୍ଟକଲ-15 କେତେ ସୁନ୍ଦରରେ ପୁରା ଦେଶରେ ଲାଗୁ ହେଉଛି । ଏଥିରୁ ସାବ୍ୟସ୍ତ ହେଉଛି ଯେ ଆମକୁ ଭେଦଭାବ ଦୂର କରିବା ଶୈଳୀ ଜଣା । ତେବେ ଆସନ୍ତୁ ଠିକ୍ ଏହିପରି ଆମେ ମଧ୍ୟ ଜାତି ଭେଦଭାବ ଭୁଲି ଦେଶକୁ ଭଲ କରିବାକୁ ଚେଷ୍ଟା କରିବା ।

For All Latest Updates

ABOUT THE AUTHOR

...view details