ଓଡିଶା

odisha

ETV Bharat / sitara

ଆମ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବିଭିନ୍ନ ଆତଙ୍କବାଦୀଙ୍କଠାରୁ ରକ୍ଷା କରିବାକୁ ପଡିବ: କଙ୍ଗନା - save film industry from various terrorists

ନିକଟରେ କଙ୍ଗନା ଏକ ଟୁଇଟ୍ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ଇଣ୍ଡଷ୍ଟ୍ରିକୁ ବିଭିନ୍ନ ଆତଙ୍କବାଦୀଙ୍କଠାରୁ ରକ୍ଷା କରିବା ଆବଶ୍ୟକ । ଅଧିକ ପଢନ୍ତୁ...

we need to save film industry from various terrorists says kangana
ଆମକୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବିଭିନ୍ନ ଆତଙ୍କବାଦୀଙ୍କଠାରୁ ରକ୍ଷା କରିବାକୁ ପଡିବ: କଙ୍ଗନା

By

Published : Sep 19, 2020, 9:24 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅଭିନେତ୍ରୀ ତାଙ୍କର ଏକ ଟ୍ବିଟର ଆକାଉଣ୍ଟ ଖୋଲିଛନ୍ତି । ଯେଉଁଠାରେ ସେ ପ୍ରତ୍ୟେକ ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରୁଛନ୍ତି ।

ବର୍ତ୍ତମାନ କଙ୍ଗନା ବଲିଉଡରେ ଡ୍ରଗ୍ସ ବିଷୟରେ ନିଜର ମନ୍ତବ୍ୟ ଦେଉଛନ୍ତି ।

କିଛି ସମୟ ପୂର୍ବରୁ କଙ୍ଗନା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ନେଇ ଏକ ଟୁଇଟ୍ କରି ଲେଖିଛନ୍ତି, 'ଆମ ଇଣ୍ଡଷ୍ଟ୍ରିକୁ ବିଭିନ୍ନ ଆତଙ୍କବାଦୀଙ୍କଠାରୁ ରକ୍ଷା କରିବା ଆବଶ୍ୟକ । ନେପୋଟିଜିମ ଆତଙ୍କବାଦ, ଡ୍ରଗ୍ ମାଫିଆ ଆତଙ୍କବାଦ, ଲିଙ୍ଗଭେଦ ଆତଙ୍କବାଦ, ଧାର୍ମିକ ଆତଙ୍କବାଦ, ବିଦେଶୀ ଚଳଚ୍ଚିତ୍ରର ଆତଙ୍କବାଦ, ଶ୍ରମିକଙ୍କ ଶୋଷଣ ସହ ଜଡିତ ଆତଙ୍କବାଦ । ଶୋଷଣର ଆତଙ୍କବାଦ ।

ଅନ୍ୟ ଏକ ଟୁଇଟ୍ ରେ ସେ ଲେଖିଛନ୍ତି, 'ଡବ ଚଳଚ୍ଚିତ୍ରଗୁଡ଼ିକ ପ୍ରାୟତଃ ସମଗ୍ର ଭାରତରେ ରିଲିଜ୍ କରାଯାଉନାହିଁ । କିନ୍ତୁ ହଲିଉଡ୍ ଚଳଚ୍ଚିତ୍ରର ରିଲିଜ୍ ହୋଉଛି । ଏହା ଚିନ୍ତାଜନକ ଅଟେ ।

ଏଥିସହିତ କଙ୍ଗନା କିଷାନ ବିଲକୁ ମଧ୍ୟ ସମର୍ଥନ କରିଛନ୍ତି ।

ବଲିଉଡରେ ଏକ ଖୋଳତାଡ଼ କରି କଙ୍ଗନା ଅନ୍ୟ ଏକ ଟୁଇଟରରେ ଲେଖିଛନ୍ତି, "ଲୋକମାନେ ବିଶ୍ବାସ କରିବା ଭୁଲ ଯେ ଭାରତର ସବୁଠାରୁ ବଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ହେଉଛି ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି । କିନ୍ତୁ, ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସର୍ବାଧିକ ସ୍ଥାନ ଲାଭ କରିଛି । ଏବଂ ବର୍ତ୍ତମାନ ଏହା ଅନେକ ଭାଷାରେ ସମଗ୍ର ଭାରତରେ ଚଳଚ୍ଚିତ୍ର ନିର୍ମାଣ କରୁଛି । ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ ଅନେକ ହିନ୍ଦୀ ଚଳଚ୍ଚିତ୍ରର ସୁଟିଂ ମଧ୍ୟ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details