ଓଡିଶା

odisha

By

Published : Apr 13, 2019, 10:58 PM IST

ETV Bharat / sitara

ବେବୀ ବମ୍ପ ସହ ଗଲ୍ଫ ଖେଳୁଛନ୍ତି ଏମ୍ମି

ଅଭିନେତ୍ରୀ ଏମ୍ମି ଜ୍ୟାକସନ ବିବାହ ପୂର୍ବରୁ ଗର୍ଭବତୀ ଅଛନ୍ତି ବୋଲି ନିଜେ କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ । ଯାହାକୁ ନେଇ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲେ ସେ । ଇତିମଧ୍ୟରେ ସେ ବିକିନି ପିନ୍ଧି ବେବୀ ବମ୍ପ ସହ ଗଲ୍ଫ ଖେଳୁଥିବାର ନଜର ଆସୁଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଏମୀ ଜ୍ୟାକସନ

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଅଭିନେତ୍ରୀ ଏମ୍ମି ଜ୍ୟାକସନ ଘୋଷଣା କରିଥିଲେ କି ସେ ଗର୍ଭବତୀ ଅଛନ୍ତି । ସେ ନିଜ ବୟଫ୍ରେଣ୍ଡ ସହ ଏହି ଅବସରରେ ଖୁବ୍ ଖୁସି ମଧ୍ୟ ଅଛନ୍ତି । ଗର୍ଭବତୀ ଖବର ଘୋଷଣା କରି ସେ ଖୁବ୍ ଚର୍ଚ୍ଚାରେ ଆସିଯାଇଥିଲେ । କାରଣ ସେ ବିବାହ ପୂର୍ବରୁ ଗର୍ଭବତୀ ଅଛନ୍ତି । ଯାହାର ଚର୍ଚ୍ଚା ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳିଥିଲା ।

ସେମିତି ଦେଖିବାକୁ ଗଲେ ଏମୀ ସୋସିଆଲ ମିଡିଆରେ ସବୁବେଳେ ନିଜର ଫଟୋ ଏବଂ ଭିଡିଓ ସେୟାର କରୁଥାଆନ୍ତି । ଫ୍ୟାନ୍ସ ମଧ୍ୟ ତାଙ୍କ ଫଟୋ, ଭିଡିଓ ଦେଖିବାକୁ ସବୁବେଳେ ଉତ୍ସାହିତ ଥାଆନ୍ତି ।

ନିକଟରେ ତାଙ୍କ ସେକ୍ସୀ ଆଣ୍ଡ ବୋଲ୍ଡ ଭିଡିଓ ସାମ୍ନାକୁ ଆସିଛି । ସେ ନିଜେ ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ବ୍ଲାକ କଲର ଟୁ ପିସ ବିକିନିରେ ଗଲ୍ଫ ଖେଳୁଥିବାର ନଜର ଆସୁଛନ୍ତି । ଭିଡିଓରେ ଏମ୍ମିଙ୍କ ବେବୀ ବମ୍ପ ମଧ୍ୟ ଦେଖିବାକୁ ମିଳୁଛି । ବିକିନି ଉପରେ ଏମ୍ମି ୱାଇଟ କିମୋନୋ ମଧ୍ୟ ପିନ୍ଧିଛନ୍ତି ।

ପ୍ରକାଶ ଥାଉକି ଏମ୍ମି ଆସନ୍ତାବର୍ଷ ନିଜ ବୟଫ୍ରେଣ୍ଡ ସହ ଗ୍ରୀସରେ ବିବାହ ବନ୍ଧନରେ ଆବଦ୍ଧ ହେବେ । ଶେଷଥର ଏମ୍ମି ସୁପରଷ୍ଟାର ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଫିଲ୍ମ '2.0'ରେ ନଜର ଆସିଥିଲେ ।

For All Latest Updates

ABOUT THE AUTHOR

...view details