ଓଡିଶା

odisha

By

Published : Oct 4, 2021, 4:08 PM IST

ETV Bharat / sitara

ଆର୍ୟାନଙ୍କୁ ଗିରଫ ପରେ ଶାହାରୁଖଙ୍କୁ ଭେଟିଲେ ସଲମାନ

କ୍ରୁଜ ସିପ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ୟାନ । ଏହାପରେ ସାଥୀ କଳାକାରଙ୍କୁ ଭେଟିବାକୁ ମନ୍ନତରେ ପହଞ୍ଚିଛନ୍ତି ସଲମାନ ଖାନ । ଅଧିକ ପଢନ୍ତୁ...

ଆର୍ୟାନଙ୍କ ଗିରଫ ପରେ ଶାହାରୁଖଙ୍କ ଭେଟିଲେ ସଲମାନ
ଆର୍ୟାନଙ୍କ ଗିରଫ ପରେ ଶାହାରୁଖଙ୍କ ଭେଟିଲେ ସଲମାନ

ହାଇଦ୍ରାବାଦ: କ୍ରୁଜ ସିପ ଡ୍ରଗ୍ସ ପାର୍ଟି ମାମଲା । ଏହି ମାମଲାରେ ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟାନ ଖାନଙ୍କୁ ଗିରଫ କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) । ଆର୍ୟାନ ଗିରଫ ହେବା ପରେ ଶାହାରୁଖଙ୍କ ବାସଭବନ 'ମନ୍ନତ୍‌'ରେ କୋ-ଷ୍ଟାର ତଥା ବନ୍ଧୁଙ୍କୁ ରବିବାର ଭେଟିଛନ୍ତି ସଲମାନ ।

ଆର୍ୟାନଙ୍କ ଗିରଫ ପରେ ପ୍ରଥମ କଳାକାର ଭାବେ ଶାହାରୁଖଙ୍କୁ ଭେଟିଛନ୍ତି ସଲମାନ । ମୁମ୍ବାଇର ବାନ୍ଦ୍ରାରେ ଥିବା ଶାହାରୁଖଙ୍କ ଏହି ବାସଭବନ ନିକଟରେ ସଲମାନଙ୍କ କାର ପହଞ୍ଚିବା ପୂର୍ବରୁ ଅନେକ ଗଣମାଧ୍ୟମ ପ୍ରତିନିଧି ସେଠାରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରୁ ସୁନୀଲ ସେଟ୍ଟୀ, ପୁଜା ଭଟ୍ଟ, ସୁଚିତ୍ରା କ୍ରୀଷ୍ଣାମୂର୍ଥୀ ଭଳି କଳାକାର ଶାହାରୁଖଙ୍କୁ ଆଶ୍ବାସନା ଜଣାଇଛନ୍ତି ।

ଏହା ବି ପଢନ୍ତୁ: NCBର ପଚରାଉଚୁରା ଜାରି, ଶାହାରୁଖଙ୍କ ସହ ୨ ମିନିଟ କଥାବାର୍ତ୍ତାରେ କାନ୍ଦିଲେ ଆର୍ୟାନ

ଏନସିବି ରିପୋର୍ଟ ଅନୁସାରେ ଆର୍ୟାନ ଗତ ୪ ବର୍ଷ ଧରି ଦେଶ ସମେତ ବିଦେଶରେ ମଧ୍ୟ ଡ୍ରଗ୍ସ ସେବନ କରୁଥିଲେ । ଏଥିଲାଗି ତାଙ୍କୁ ଗିରଫ କରାଯାଇଛି । ଏନସିବିର ପଚରାଉଚୁରା ସମୟରେ ଆର୍ୟାନ ଲଗାତାର ଭାବେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ପିତା ଶାହାରୁଖଙ୍କ ସହିତ ୨ ମିନିଟ ଆର୍ୟାନ କଥାବାର୍ତ୍ତା କରିଥିଲେ । ତେବେ ଏହି ସମୟରେ ମଧ୍ୟ ଆର୍ୟାନ କାନ୍ଦୁଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details