ମୁମ୍ବାଇ:ଧୀରେ ଧୀରେ ବଲିଉଡ଼ରେ ନିଜ ଉପସ୍ଥିତି ଦେଖାଇବାରେ ଲାଗିଛନ୍ତି ଟେଲିଭିଜନର ହଟ୍ ଅଭିନେତ୍ରୀ ମୌନି ରୟ । କିନ୍ତୁ ନିଜ ବର୍ଥ ଡେ' ପାର୍ଟିରେ କାନ୍ଦିଛନ୍ତି ମୌନି । ତେବେ ଏହା ଦୁଃଖର ଲୁହ ନୁହେଁ । ବନ୍ଧୁଙ୍କ ନିକଟରୁ ଗୋଆ ମୋଇରାରେ ବର୍ଥ ଡେ' ସରପ୍ରାଇଜ ପାଇବା ପରେ ଖୁସିରେ ଏହି ୩୬ ବର୍ଷୀୟ ଅଭିନେତ୍ରୀ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି ।
ମୋଇରାରେ ଏକ ସୁନ୍ଦର ଭିଲେଜ ରେସର୍ଟରେ ଅଛନ୍ତି ମୌନି । ସେଠାରେ ତାଙ୍କ ସହିତ ରହିଛନ୍ତି ଡିଜାଇନର ଅନୁରାଧା ଖୁରାନାଙ୍କ ସମେତ ମ୍ୟୁଜିକ ଡିରେକ୍ଟର ମନମିତ ସିଂ ଓ ତାଙ୍କ ଘନିଷ୍ଠ ବନ୍ଧୁ । ରେସର୍ଟର ଏକ ପୁଲସାଇଡ଼ରେ ମୌନିଙ୍କୁ ବନ୍ଧୁମାନେ ବର୍ଥ ଡେ' ସରପ୍ରାଇଜ ଦେଇଛନ୍ତି । ଏହି ସରପ୍ରାଇଜର ସାଜସଜ୍ଜା କରିଛନ୍ତି ୱେଡିଙ୍ଗ ଷ୍ଟାଇଲିଷ୍ଟ ତଥା କନସେପ୍ଟ କ୍ୟୁରେଟର ଦୀପା ମିତ୍ତଲ । ଏଭଳି ସ୍ପେଶାଲ ସରପ୍ରାଇଜ ପାଇବା ପରେ ମୌନି ଖୁସିରେ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି । ଏହି ସମୟର ଏକ ଭିଡ଼ିଓକୁ ମୌନିଙ୍କ ବନ୍ଧୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।