ଓଡିଶା

odisha

ETV Bharat / sitara

ସୈଫଙ୍କ ଉପରେ ଭାରି ପଡିଲେ ଗୁରୁ-ଶିଷ୍ୟ - ବକ୍ସ ଅଫିସ ୱାର

ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ ଭାରି ପଡିଲେ ହ୍ରିତିକ-ଟାଇଗର । ୱାର ରିଲିଜର 18 ଦିନ ବିତିଯାଇଥିଲେ ମଧ୍ୟ ଏହି ଫିଲ୍ମ ଏବେବି ଥିଏଟରକୁ ଟାଣୁଛି ଦର୍ଶକଙ୍କୁ ।

ସୈଫଙ୍କ ଉପରେ ଭାରି ପଡିଲେ ଗୁରୁ-ଶିଷ୍ୟ

By

Published : Oct 20, 2019, 12:10 PM IST

Updated : Oct 20, 2019, 2:27 PM IST

ମୁମ୍ବାଇ: ଥମୁନି ୱାରର କ୍ରେଜ । ଫ୍ୟାନ୍ସଙ୍କୁ ଏବେବି ଥିଏଟରକୁ ଟାଣୁଛି ଗୁରୁ-ଶିଷ୍ୟଙ୍କ ଜଲୱା । ଆଉ ଏହା ଭାରି ପଡୁଛି ସୈଫଙ୍କ ଫିଲ୍ମ ଉପରେ ।

ୱାର ରିଲିଜର 18 ଦିନ ବିତିଯାଇଥିଲେ ମଧ୍ୟ ଏହି ଫିଲ୍ମ ଏବେବି ଥିଏଟରକୁ ଟାଣୁଛି ଦର୍ଶକଙ୍କୁ । ଆଉ ୱିକେଣ୍ଡ ଅବସରରେ ମଧ୍ୟ ନିଜର ବିଜନେସ ଜାରି ରଖିଛି ୱାର । ତେବେ ଫିଲ୍ମର ଇନକମ୍ ଦେଖି ଏହା ଅନୁମାନ କରାଯାଉଛି ଯେ, ଗତ ଉଇକେଣ୍ଡ ଅର୍ଥାତ ଶନିବାର ଫିଲ୍ମ 3 କୋଟିର ବିଜନେସ କରିସାରିଛି । ଆଉ ବର୍ତ୍ତମାନ ସୁଦ୍ଧା ଫିଲ୍ମ 281କୋଟିର କଲେକ୍ସନ କରିଛି ।

ଆଉ ଏବେ ଏହା ଭାରି ପଡିଛି ନିକଟରେ ରିଲିଜ ହୋଇଥିବା ସୈଫଙ୍କ ଫିଲ୍ମ ଲାଲ କପ୍ତାନ ଉପରେ । ଏହି ଫିଲ୍ମକୁ କ୍ରିଟିକ୍ସଙ୍କ ତରଫରୁ ମିଳିଛି 3 ଷ୍ଟାର । ଏହାର ପ୍ରଥମ ଦିନର ବ୍ୟବସାୟ ମଧ୍ୟ ସେତେଟା ଆଖି ଦୃଶିଆ ହୋଇପାରିନାହିଁ । ତେବେ ଉଇକେଣ୍ଡରେ ଏହା ଭଲ ବ୍ୟବସାୟ କରିବା ନେଇ ଆଶା କରାଯାଉଛି ।

ଏଠାରେ ସୂଚନାଯୋଗ୍ୟ, ଫିଲ୍ମକୁ 150 କୋଟି ବଜେଟରେ ନିର୍ମାଣ କରାୟାଇଥିବାବେଳେ ଏହାର ପ୍ରଥମ ଏବଂ ଦ୍ବିତୀୟ ଦିନର କଲେକ୍ସନ ଦୁଇ କୋଟି ଟଙ୍କା ରହିଛି ।

Last Updated : Oct 20, 2019, 2:27 PM IST

ABOUT THE AUTHOR

...view details