ଓଡିଶା

odisha

ETV Bharat / sitara

ଭାଇଜାଗ ଗ୍ୟାସ ଦୁର୍ଘଟଣା : ପୀଡିତଙ୍କ ପାଇଁ ପ୍ରାର୍ଥନା କଲେ ସେଲିବ୍ରିଟି - ପୀଡିତଙ୍କ ପାଇଁ ପ୍ରାର୍ଥନା କଲେ ସେଲିବ୍ରିଟି

ବିଶାଖାପଟ୍ଟନମରେ ଥିବା ଏଲଜି ପଲିମର୍ସ ଇଣ୍ଡିଆ ପ୍ଲାଣ୍ଟରୁ ଗ୍ୟାସ ଲିକ ଭଳି ଭୟବହ ଘଟଣା ଘଟିଛି । ଏହି ଘଟଣାକୁ ନେଇ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ପ୍ରଭାବିତ ପୀଡିତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି । ଅଧିକ ପଢନ୍ତୁ... ।

Vizag gas tragedy: Film fraternity prays for victims
ଭାଇଜାଗ ଗ୍ୟାସ ଦୁର୍ଘଟଣା : ପୀଡିତଙ୍କ ପାଇଁ ପ୍ରାର୍ଥନା କଲେ ସେଲିବ୍ରିଟି

By

Published : May 8, 2020, 12:37 AM IST

Updated : May 8, 2020, 12:52 AM IST

ମୁମ୍ବାଇ: ବିଶାଖାପାଟ୍ଟନମରେ ଥିବା ଏଲଜି ପଲିମର୍ସ ଇଣ୍ଡିଆ ପ୍ଲାଣ୍ଟରୁ ଗ୍ୟାସ ଲିକ ଘଟଣାରେ 11 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 1000 ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ 8 ବର୍ଷର ବାଳିକା ଏବଂ 2 ଜଣ ବରିଷ୍ଠ ନାଗରିକ ମଧ୍ୟ ଥିଲେ ।

ଏହି ଘଟଣାକୁ ନେଇ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ପ୍ରଭାବିତ ପୀଡିତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା ମଧ୍ୟ କରିଥିଲେ ।

ଭେଟେରାଇନ ଅଭିନେତା ଅନୁପମ ଖେର ଲେଖିଛନ୍ତି ଯେ, ‘ପୀଡିତଙ୍କ ମୃତ୍ୟୁରେ ମୁଁ ଅତ୍ୟନ୍ତ ଦୁଖିତ । ସେମାନଙ୍କ ପରିବାର ପ୍ରତି ମୋର ହୃଦୟରୁ ସମବେଦନା ଜଣାଉଛି । ଏହି ଘଟଣାରେ ପ୍ରଭାବିତ ଲୋକମାନଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି ।’

ଅଭିନେତା ସିଦ୍ଧାର୍ଥ ମହ୍ଲୋତ୍ରା ଲେଖିଛନ୍ତି ଯେ, ‘ଏହା ପ୍ରକୃତରେ ଦୁଃଖର ବିଷୟ । ଗ୍ୟାସ ଲିକରେ ପ୍ରଭାବିତ ଲୋକମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି । ନିରାପଦ ଏବଂ ଦୃଢ ରୁହନ୍ତୁ ।’

ଅଭିନେତା ପ୍ରଣିତା ସୁଭାଷ ଲେଖିଛନ୍ତି ଯେ, ‘ଭାଇଜାଗଗ୍ୟାସଲିକ ଖବର ଅତ୍ୟନ୍ତ ଦୁଃଖର ବିଷୟ ଅଟେ । ମୃତକଙ୍କ ପରିବାରବର୍ଗଙ୍କୁ ମୋର ସମବେଦନା ।’

ତେଲୁଗୁ ଅଭିନେତା ରାମ ଚରଣ ଲେଖିଛନ୍ତି ଯେ, #ଭାଇଜାଗ ଗ୍ୟାସ ଲିକରେ ପୀଡିତଙ୍କ ମୃତ୍ୟୁରେ ମୁଁ ଅତ୍ୟନ୍ତ ଦୁଃଖିତ । ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ମୋର ହୃଦୟରୁ ସମବେଦନା ଜଣାଉଛି । ଏହାସହ ଏଥିରେ ପ୍ରଭାବିତ ଲୋକଙ୍କ ଆଶୁ ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି । ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ଭାଇଜାଗର ସମସ୍ତ ଲୋକମାନଙ୍କୁ ମୋର ପ୍ରାର୍ଥନା । ଭଗବାନ ସେମାନଙ୍କୁ ସାହାଯ୍ୟ କରନ୍ତୁ ।’

ଅଭିନେତା ଅଲ୍ଲୁ ସିରିଶ ଲେଖିଛନ୍ତି ଯେ, ‘#ଭାଇଜାଗ ଗ୍ୟାସ ଲିକରେ ଜୀବନ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୋର ସମବେଦନା ଏବଂ ମୋର ଆନ୍ତରିକ ପ୍ରାର୍ଥନା ।’

ନିର୍ଦ୍ଦେଶକ ଏସ.ଏସ. ରାଜାମୌଲି ଲେଖିଛନ୍ତି ଯେ, ‘#ଭାଇଜାଗ ଗ୍ୟାସ ଲିକରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ।’

ତେଲୁଗୁ ସୁପରଷ୍ଟାର ମହେଶ ବାବୁ ଲେଖିଛନ୍ତି ଯେ, ‘#ଭାଇଜାଗ ଗ୍ୟାସ ଲିକରେ ପୀଡିତଙ୍କ ମୃତ୍ୟୁକୁ ନେଇ ମୁଁ ଶୋକ ବ୍ୟକ୍ତ କରିବା ସହ ପ୍ରାର୍ଥନା କରୁଛି ।’

ତେଲୁଗୁ ଅଭିନେତା ଅଲ୍ଲୁ ଅର୍ଜୁନ ଲେଖିଛନ୍ତି ଯେ, ‘ଭାଇଜାଗ ଯାହା ମୋ ଜୀବନର ସବୁଠାରୁ ଖାସ ସ୍ଥାନ ଅଟେ । #ଭାଇଜାଗ ଗ୍ୟାସ ଲିକରେ ଜୀବନ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୋର ସମବେଦନା ।’

ଆନ୍ଧ୍ରପ୍ରଦେଶର ଡିଜିପି ଗୌତମ ସାୱାଙ୍ଗ କହିଛନ୍ତି ଯେ, ବର୍ତ୍ତମାନ ଚିକିତ୍ସିତ ହେଉଥିବା 246 ଜଣଙ୍କ ମଧ୍ୟରୁ 20 ଜଣ ଭେଣ୍ଟିଲେଟରରେ ଅଛନ୍ତି । ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତିମାନଙ୍କ ଅବସ୍ଥା ଧୀରେ ଧୀରେ ସୁଧୁରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 8, 2020, 12:52 AM IST

ABOUT THE AUTHOR

...view details