ନୂଆଦିଲ୍ଲୀ : ରବିବାର ଦିନ ବଲିଉଡ ଅଭିନେତା ବିବେକ ଆନନ୍ଦ ଓବରୟ ନିଜ ପରିବାର ଫଟୋ ଟ୍ବିଟ କରିଛନ୍ତି। ଫଟୋରେ ପିଲାଦିନେ ବିବେକ ତାଙ୍କ ପିତା ତଥା ଅଭିନେତା ସୁରେଶ ଓବରୟଙ୍କ କୋଳରେ ବସିଥିବାର ଦେଖିବାକୁ ମିଳିଥିଲା ।ଏହି ବ୍ଲାକ ଆଣ୍ତ ହ୍ବାଇଟ ଫଟୋରେ ବିବେକ ପିତାମାତା ଏବଂ ଭଉଣୀ ସହିତ ନଜର ଆସିଥିଲେ ।
ଫଟୋରେ ବିବେକ ଟ୍ବିଟ୍ କରି କହିଛନ୍ତି, ବାବାଙ୍କ କୋଳରେ ବସିବା...ଦୁନିଆର ସବୁଠାରୁ ଆନନ୍ଦମୟ ସ୍ଥାନ । ଫ୍ରେମ୍ ରେ ଦୁଇଜଣ ସୁନ୍ଦର ମହିଳା ଯେଉଁମାନେ ମୋର ପ୍ରେରଣା ଏବଂ ଅବିସ୍ମରଣୀୟ ଶକ୍ତି ! ତୁମ ସମସ୍ତଙ୍କୁ ବହୁତ ସାରା ଭଲପାଇବା । #Koi lauta de mujhe bachpan ke din ! # ଚାଇଲ୍ଡ ମେମୋରୀ ।