ଓଡିଶା

odisha

ETV Bharat / sitara

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭୂମିକାରେ ନଜର ଆସିବେ ବିବେକ

‘ବାଲକୋଟ’ ଫିଲ୍ମରେ ପରଦାକୁ ଆସିବେ ବିବେକ ଓବରୟ । ମୋଦିଙ୍କ ବାୟୋପିକ ପରେ ଏବେ ବିବେକ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭୂମିକାରେ ନଜର ଆସିବେ ।

By

Published : Aug 24, 2019, 1:16 AM IST

ଡିଜାଇନ ଫଟୋ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ପରେ ଏବେ ଅଭିନେତା ବିବେକ ଓବରୟ ଆଉ ଏକ ବାୟୋପିକ ନେଇ ପରଦାରେ ନଜର ଆସିବେ । ସେ ଭାରତୀୟ ବାୟୁ ସୋନା(ଆଇଏଏଫ)ଙ୍କ ବିରତ୍ବକୁ ସମ୍ମାନ ଦେବାକୁ ଯାଇ ବାଲକୋଟ ଏୟାରଷ୍ଟ୍ରାଇକ କାହାଣୀ ନେଇ ଫିଲ୍ମ ନିର୍ମାଣ କରିବେ । ଫିଲ୍ମର ଟାଇଟଲ ମଧ୍ୟ ‘ବାଲକୋଟ’ ରଖାଯିବ ।

ଏହି ଫିଲ୍ମଟି ଫେବୃଆରୀରେ କାଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଆଇଏଏଫ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଏୟାରଷ୍ଟ୍ରାଇର କାହାଣୀକୁ ନେଇ ଆଧାରିତ ହେବ । ଏହି ଫିଲ୍ମଟି ହିନ୍ଦୀ ବ୍ୟତୀତ ଅନ୍ୟ ଦୁଇ ଭାଷାରେ ମଧ୍ୟ ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି ମେକର୍ସ ।

ଏହି ଅବସରରେ ବିବେକ ଟ୍ବିଟରରେ ଫିଲ୍ମର ଘୋଷଣା କରି ଏକ ଫଟୋ ସେୟାର କିରଛନ୍ତି । ଆଉ ଲେଖିଛନ୍ତି, ‘ଏକ ଗର୍ବିତ ଭାରତୀୟ, ସଚ୍ଚା ଦେଶଭକ୍ତ ଏବଂ ଜଣେ ଫିଲ୍ମ ସଦସ୍ୟ ରୂପେ ମୋର କର୍ତ୍ତବ୍ୟ ହେଲା କି ଏପରି କାହାଣୀ ଉପରେ ଦୃଷ୍ଟି ପକାଇବା । ତିନୋଟି ଭାଷାରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭଳି ସାହାସୀ ଅଧିକାରୀକଙ୍କ ଉପଲବ୍ଧିକୁ ରେଖାଙ୍କିତ କରିବାର ଏକ ଶକ୍ତିଶାଳୀ ଜରିଆ ।’

ସେୟାର ହୋଇଥିବା ଫଟୋରେ ବିବେକ ନିଜ ଫଟୋ ସହ ଅଭିନନ୍ଦନଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ରିଲିଜ କରିବାର ଯୋଜନା କରାଯାଉଛି ।

ABOUT THE AUTHOR

...view details