ଓଡିଶା

odisha

ETV Bharat / sitara

ନିର୍ବାଚନ କମିଶନରେ ବିବେକ

ନିଜ ଆଗାମି ଫିଲ୍ମ 'ପିଏମ ନରେନ୍ଦ୍ର ମୋଦି'କୁ ନେଇ ବିବାଦ ଘେରରେ ଥିବା ଅଭିନେତା ବିବେକ ଓବରାୟ ଆଜି ନିର୍ବାଚନ କମିଶନଙ୍କ ଅଫିସରେ ପହଞ୍ଚିଛନ୍ତି । ଫିଲ୍ମ ରିଲିଜରେ ଦାଏର ହୋଇଥିବା ଯାଚିକା ଉପରେ ଆସନ୍ତାକାଲି ଶୁଣାଣି ହେବାକୁ ଯାଉଛି ।

By

Published : Mar 28, 2019, 9:48 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ବିବେକ ଓବରାୟ

ନୂଆଦିଲ୍ଲୀ: ଶୁଣାଣି ପୂର୍ବରୁ ନିର୍ବାଚନ ଆୟୋଗରେ ପହଞ୍ଚିଛନ୍ତି ଅଭିନେତା ବିବେକ ଓବରାୟ ଏବଂ ନିର୍ମାତା ସନ୍ଦୀପ ସିଂହ । ଆସନ୍ତାକାଲି 'ପିଏମ ନରେନ୍ଦ୍ର ମୋଦି'ର ଶୁଣାଣି ହେବାକୁ ଯାଉଛି ।ନିକଟରେ ଫିଲ୍ମ ବିରୋଧରେ ରିପବ୍ଲିକନ ପାର୍ଟି ଅଫ ଇଣ୍ଡଆର ଅଧ୍ୟକ୍ଷ ସତୀଶ ଗାୟକୱାଡ ବମ୍ବେ ହାଇକୋର୍ଟରେ ଯାଚିକା ଦାଏର କରିଥିଲେ । ଯେଉଁଥିରେ ଫିଲ୍ମ ରିଲିଜକୁବିରୋଧ କରାଯାଇଛି । ଏହି ମାମଲାର ଶୁଣାଣି ମାର୍ଚ୍ଚ 29 ଅର୍ଥାତ୍ ଆସନ୍ତାକାଲି ହେବାକୁ ଯାଉଛି ।

ଯାହା ପାଇଁ ବିବେକ ଏବଂସନ୍ଦୀପ ସିଂହ ଆଜି ନିର୍ବାଚନକମିଶନରରେ ହାଜର ହୋଇଛନ୍ତି । ଅନ୍ୟପଟେ ନିର୍ବାଚନ ଆୟୋଗ ବୁଧବାର 'ପିଏମ ନରେନ୍ଦ୍ର ମୋଦି' ଫିଲ୍ମର ଚାରି ନିର୍ମାତାଙ୍କ ପାଖକୁ ନୋଟିସ୍ ପଠାଇଥିଲେ ।

ନିର୍ବାଚନ ଆୟୋଗ ଏହି ନୋଟିସ୍ କଂଗ୍ରେସ ଏବଂ ସିପିଆଇର ଅଭିଯୋଗ ପରେ ପଠାଇଛି । କଂଗ୍ରେସ ଏବଂ ସିପିଆଇ ନିଜ ଅଭିଯୋଗରେ କହିଥିଲେ କି ଫିଲ୍ମଟି ରାଜନୀତିକ ଉପାୟରେ ତିଆରି କରାଯାଇଛି । ପ୍ରକାଶ ଥାଉକି ଏହି ଫିଲ୍ମରେ ମୋଦିଙ୍କ କାହାଣୀ ଦେଖିବାକୁ ମିଳିବ । ଫିଲ୍ମଟି ଏପ୍ରିଲ 5ରେ ରିଲିଜ ହେବାର ଯୋଜନା ରହିଅଛି ।

ABOUT THE AUTHOR

...view details