ଓଡିଶା

odisha

ETV Bharat / sitara

The Kashmir Files: ହରିୟାଣାରେ ମାଗଣାରେ ଦ କାଶ୍ମୀର ଫାଇଲ୍ସ ଦେଖାଉଛନ୍ତି ବିଜେପି ନେତା, କଡା ଜବାବ ଦେଲେ ନିର୍ଦ୍ଦେଶକ

ହରିୟାଣାରେ ବହୁଚର୍ଚ୍ଚିତ 'The Kashmir Files'କୁ ମାଗଣାରେ ଦେଖାଇବା ପାଇଁ ପୋଷ୍ଟର ଜାରି କଲେ ବିଜେପି ନେତା । ଏଭଳି ଅପରାଧିକ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ଟ୍ବିଟ କରି ଚେତାବନୀ ଦେଲେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ଅଧିକ ପଢନ୍ତୁ

Free Screening Of Kashmir Files, ତୁରନ୍ତ ବନ୍ଦ କରିବାକୁ ବିଜେପି ନେତାଙ୍କୁ ବିବେକଙ୍କ ଚେତାବନୀ
Free Screening Of Kashmir Files, ତୁରନ୍ତ ବନ୍ଦ କରିବାକୁ ବିଜେପି ନେତାଙ୍କୁ ବିବେକଙ୍କ ଚେତାବନୀ

By

Published : Mar 20, 2022, 8:30 PM IST

ମୁମ୍ବାଇ:ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ 'The Kashmir Files'କୁ ନେଇ ଏବେ ସବୁଠି ଚର୍ଚ୍ଚା । ଏଥିରେ କାଶ୍ମୀର ପଣ୍ଡିତଙ୍କ ପଳାୟନ ସମ୍ପର୍କରେ ସତ୍ୟ ଘଟଣା ଦର୍ଶାଯାଇଥିବାବେଳେ ଫିଲ୍ମ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୧୦୦ କୋଟି ବକ୍ସ ଅଫିସରେ ପ୍ରବେଶ କରିଛି । ଏହି ଫିଲ୍ମକୁ ଦେଖିବାକୁ ଅନେକ ବିଜେପି ନେତା ଦର୍ଶକଙ୍କୁ ପ୍ରୋତ୍ସାହିତ କରୁଥିବାବେଳେ ଏପଟେ ହରିୟାଣା ରେୱାଡିର ଜଣେ ସ୍ଥାନୀୟ ବିଜେପି ନେତା ମାଗଣାରେ ଫିଲ୍ମ ଦେଖାଉଛନ୍ତି । ଏହା ଜାଣିବା ପରେ ଏଭଳି ଅପରାଧିକ କାର୍ଯ୍ୟ ବନ୍ଦ କରିବାକୁ ଟ୍ବିଟ କରି ଉକ୍ତ ନେତାଙ୍କୁ ବିବେକ ଚେତାବନୀ ଦେଇଛନ୍ତି ।

ଫିଲ୍ମ ସୋମବାର ସୁଦ୍ଧା ୧୭୫ କୋଟି ବକ୍ସ ଅଫିସ କ୍ଲବରେ ପ୍ରବେଶ କରିବ । ଏହି ଫିଲ୍ମକୁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିବା ବେଳେ ସରକାରୀ କର୍ମଚାରୀଙ୍କଠୁ ଆରମ୍ଭ କରି ପୋଲିସ କର୍ମଚାରୀଙ୍କୁ ଫିଲ୍ମ ଦେଖିବା ପାଇଁ ସ୍ବତନ୍ତ୍ର ଛୁଟି ଦିଆଯାଉଛି । ଏହାସହ ଗୁଜୁରାଟ, ମଧ୍ୟପ୍ରଦେଶ, ବିହାର ଓ ଛତିଶଗଡ଼ରେ ଏହାକୁ ଟ୍ୟାକ୍ସ-ଫ୍ରି ଘୋଷଣା କରାଯାଇଛି । ଏହାରି ମଧ୍ୟରେ ଫିଲ୍ମକୁ ମାଗଣାରେ ଦେଖାଇବା ପାଇଁ ରେୱାଡିର ବିଜେପି ନେତା ଏକ ପୋଷ୍ଟର ମାଧ୍ୟମରେ ଲୋକଙ୍କୁ ସୂଚନା ଦେଇଥିଲେ । ସେ ଫିଲ୍ମକୁ ମାଗାଣାରେ ଦେଖାଇବା ପାଇଁ ବ୍ୟବସ୍ଥା କରିଥିବା କହିଥିଲେ ।

ଏହା ବି ପଢନ୍ତୁ- The Kashmir Files: ଜନ୍ମଠୁ ଅଧିକ ମୃତ୍ୟୁ ଦେଖିଥିବା କାଶ୍ମୀର ପଣ୍ଡିତଙ୍କ ହୃଦୟବିଦାରକ କାହାଣୀ

ତେବେ ବିଜେପି ନେତାଙ୍କ ଏହି ଆଚରଣ ବିବେକଙ୍କୁ ଆଦୌ ପସନ୍ଦ ଆସିନାହିଁ । ବିବେକ ଏହି ପୋଷ୍ଟରକୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରି କହିଛନ୍ତି ଯେ, କାଶ୍ମୀର ଫାଇଲ୍ସ ଫିଲ୍ମକୁ ଏପରି ମାଗଣା ଦେଖାଇବା ଏକ ଅପରାଧଠୁ କମ ନୁହେଁ । ଏହାକୁ ତୁରନ୍ତ ବନ୍ଦ କରିବାକୁ ସେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଟ୍ୟାଗ କରି ଅନୁରୋଧ କରିଥିଲେ । ରାଜନେତାମାନେ କ୍ରିଏଟିଭ ବିଜନେସକୁ ସମ୍ମାନ ଦେବା ଉଚିତ । ଟିକେଟ କିଣି ଫିଲ୍ମ ହଲରେ ଦେଖିବା ଏକ ଆଇନଗତ ଏ ଶାନ୍ତିପୂର୍ଣ୍ଣ କାର୍ଯ୍ୟ ବୋଲି ସେ କହିଛନ୍ତି ।

ଏହାପରେ ହରିୟାଣା ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ଯାଦବ ବିବେକଙ୍କ ଟ୍ବିଟ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ ଏହି ଘଟଣାରେ କଥାବାର୍ତ୍ତା କରି ଫ୍ରି ସ୍କ୍ରିନିଂକୁ ବନ୍ଦ କରିଛନ୍ତି ବୋଲି କହିଛନ୍ତି । ଯଦି କେଉଁ ଦର୍ଶକ ଫିଲ୍ମ ଦେଖିବାକୁ ଚାହୁଁଛନ୍ତି ତେବେ ଫିଲ୍ମ ହଲ୍‌କୁ ଯାଇ ଦେଖନ୍ତୁ ବୋଲି ଅରୁଣ କହିଛନ୍ତି । ଅରୁଣଙ୍କ ଏହି ଟ୍ବିଟ ପରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିବେକ । ତେବେ ସୂଚନା ଥାଉ କି ଏହି ଫିଲ୍ମରେ ୯୦ ଦଶକରେ ଲକ୍ଷ ଲକ୍ଷ ସଂଖ୍ୟାରେ ରାତାରାତି କାଶ୍ମୀର ଛାଡ଼ିଥିବା କାଶ୍ମୀର ପଣ୍ଡିତଙ୍କ ଦୁଃଖଭରା କାହାଣୀ ସମ୍ପର୍କରେ ଏଥିରେ ବର୍ଣ୍ଣନା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details