ମୁମ୍ବାଇ: ସୁଶାନ୍ତ ସିଂ ଆତ୍ମହତ୍ୟା ପରେ ଫିଲ୍ମର ଇଣ୍ଡଷ୍ଟ୍ରିର ଅନେକ ଫେମସ ନିର୍ମାତା, ଷ୍ଟାର୍ସଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୋଗ ହେଲା ଯେ ସୁଶାନ୍ତ ବଲିଉଡରେ ଚାଲିଥିବା ଗୁଣ୍ଡାରାଜ ଓ ପରିବାରବାଦର ଶିକାର ହୋଇଥିଲେ । ଯାହାପାଇଁ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ । ଏବେ ଏହି ମାମଲାରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଫେମସ ନିର୍ମାତା ଏକତା କପୁରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ।
ସେ ନିକଟରେ ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଯାହା ଉପରେ ଜଣେ ୟୁଜର କମେଣ୍ଟ କରି ଲେଖିଥିଲେ, ‘ଯେତେବେଳେ ସେ ଜୀବିତ ଥିଲେ ତୁମେ ଫିଲ୍ମ ଅଫର କରିପାରିଥାଆନ୍ତ । ଏବେ ଦୁଃଖ ପ୍ରକାଶ କଲେ ଲାଭ କଣ ।’