ଓଡିଶା

odisha

ETV Bharat / sitara

ବିରୁଷ୍କାଙ୍କ ସେକେଣ୍ଡ ଇନିଂସ: ସୋସିଆଲ ମିଡିଆରେ ଲଭ୍ ୱିସେସ

ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମାଙ୍କ ବିବାହକୁ ପୂରିଛି ଦୁଇବର୍ଷ । ଏହି ଅବସରରେ ଦୁହେଁ ଦୁହିଁଙ୍କୁ ବିଶେଷ ଭାବରେ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

By

Published : Dec 11, 2019, 2:13 PM IST

ବିରୁଷ୍କାଙ୍କ ସେକେଣ୍ଡ ଇନିଂସ: ସୋସିଆଲମିଡିଆରେ ଲଭ୍ ଉଇସେସ୍
ବିରୁଷ୍କାଙ୍କ ସେକେଣ୍ଡ ଇନିଂସ: ସୋସିଆଲମିଡିଆରେ ଲଭ୍ ଉଇସେସ୍

ମୁମ୍ବାଇ: ପୂରଣ ହୋଇଛି ବିରୁଷ୍କାଙ୍କ ସେକେଣ୍ଡ ଇନିଂସ । ବିବାହରେ ଦ୍ବିତୀୟ ବର୍ଷର ପୂର୍ତ୍ତୀ ଅବସରରେ ପରସ୍ପରକୁ କରିଛନ୍ତି ୱିସ। ସୋସିଆଲ ମିଡିଆରେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ଏହି ଲଭବାର୍ଡ୍ସ ।

ବିରୁଷ୍କାଙ୍କ ସେକେଣ୍ଡ ଇନିଂସ: ସୋସିଆଲମିଡିଆରେ ଲଭ୍ ଉଇସେସ୍

ବିରାଟ ବିବାହ ବାର୍ଷିକୀ ଅବସରରେ ନିଜର ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅନୁଷ୍କାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, ପ୍ରକୃତରେ ଏହା ପ୍ରେମ ଛଡା ଆଉ କିଛି ବି ନୁହେଁ । ଯେବେ ଭଗବାନ ଆପଣଙ୍କ ଜୀବନରେ ଜଣେ ଏମତି ବ୍ୟକ୍ତିଙ୍କୁ ପଠାଇଥାଆନ୍ତି ସେଠାରେ ପ୍ରତିଦିନ ଆପଣଙ୍କୁ ପ୍ରେମର ଅନୁଭବ ହୋଇଥାଏ । ସେତେବେଳେ କେବଳ ସେହି ବ୍ୟକ୍ତିଙ୍କୁ କୃତଜ୍ଞତା ଦେବା ସାର ।

ବିରୁଷ୍କାଙ୍କ ସେକେଣ୍ଡ ଇନିଂସ: ସୋସିଆଲମିଡିଆରେ ଲଭ୍ ଉଇସେସ୍

ଅନ୍ୟପଟେ ଅନୁଷ୍କା ମଧ୍ୟ ନିଜ ଭଲପାଇବାକୁ ଖୁବ୍ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । ସେ ମଧ୍ୟ ସୋସିଆଲ ମିଡିଆରେ ଫଟୋ ସେୟାର କରିବା ସହ ଲେଖିଛନ୍ତି, ନିଜ ବ୍ୟତୀତ ଦ୍ବିତୀୟ ବ୍ୟକ୍ତିଙ୍କୁ ଭଲ ପାଇବା ଅର୍ଥାତ ସେ ଭଗବାନଙ୍କ ସହ ସମାନ ହୋଇଥାଏ । ପ୍ରେମ କେବଳ ଅନୁଭବ ନୁହେଁ ଏହା ତାଠାରୁ ଅନେକ ଉପରେ । ଏହା ଜଣେ ଗାଇଡ୍, ପ୍ରେରକ । ମୁଁ କୃତଜ୍ଞ ମୋତେ ଏସବୁ ମିଳିଛି ।

ଏଠାରେ ସୂଚନାଯୋଗ୍ୟ, ବିରୁଷ୍କା ଠିକ୍ ଦୁଇବର୍ଷ ପୂର୍ବେ ଆଜିର ଦିନରେ 2017 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ABOUT THE AUTHOR

...view details