ହାଇଦ୍ରାବାଦ: ଫ୍ଲିପକାର୍ଟର କମ୍ପାନୀ ମିନ୍ତ୍ରା ଷ୍ଟାର କପଲ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କୁ ନିଜର ପ୍ରଥମ ବ୍ରାଣ୍ଡ ଆମ୍ବାସଡର କରିଛି । କମ୍ପାନୀର ଆଡ ସୁଟରେ ଦୁହେଁ ନଜର ଆସିଛନ୍ତି । 'ଗୋ ମିନ୍ତ୍ରା ଲା ଲା' ଗୀତରେ ଦୁହେଁ ସପିଙ୍ଗ କରୁଥିବାର ଦେଖାଯାଇଛି ।
ବିରୁଷ୍କା ହେଲେ ମିନ୍ତ୍ରାର ବ୍ରାଣ୍ଡ ଆମ୍ବାସଡର
ପ୍ରଥମ ଥର ମିନ୍ତ୍ରାର ବ୍ରାଣ୍ଡ ଆମ୍ବାସଡର ସାଜିଲେ ବିରୁଷ୍କା । ଆଡ ସୁଟରେ ଏକାଠି ସପିଙ୍ଗ କରୁଥିବାର ଦୁହିଁଙ୍କୁ ଦେଖିବାକୁ ମିଳିଛି ।
ଡିଜାଇନ ଫଟୋ
ମିନ୍ତ୍ରାର ମୁଖ୍ୟ ଅମର ନାଗରମଙ୍କ କହିବା କଥା, ଖେଳ ଓ ବଲିଉଡର ଫ୍ୟାସନ ବିଷୟରେ ସମସ୍ତଙ୍କୁ ଜଣା, ତେବେ ଏଇ ଫ୍ୟାସନ ସହ ବିରାଟ କୋହଲି ଓ ଅନୁଷ୍କା ଯୋଡି ହେଲେ ଲୋକମାନେ ବ୍ରାଣ୍ଡକୁ ବିଶ୍ବାସ କରିବେ ଆଉ ଖୁସିରେ ସପିଙ୍ଗ କରିବେ ।
ତେବେ ଆଡର ପ୍ରଥମେ ଅନୁଷ୍କାଙ୍କୁ ବିଭିନ୍ନ ଡ୍ରେସ ସହ ଦେଖାଯାଇଥିବାବେଳେ ବିରାଟଙ୍କୁ ବିଭିନ୍ନ ଜୋତା ଟ୍ରାଏ କରୁଥିବାର ଦେଖାଯାଇଛି । ଶେଷକୁ ଦୁହିଁଙ୍କୁ ସପିଙ୍ଗ କାର୍ଟ ସହ ଖେଳୁଥିବାର ଦେଖିବାକୁ ମିଳିବ । ତେବେ ପୂର୍ବରୁ ଦୁହିଁଙ୍କୁ ମାନ୍ୟବର-ମୋହେ ଓ ହେଡ-ଏନ-ସୋଲଜର ଆଡରେ ଦେଖିବାକୁ ମିଳିଥିଲା ।