ମୁମ୍ବାଇ:ଭାଇରାଲ ହେଲା ବଲିଉଡ଼ ଅଭିନେତା ରଣବୀର ସିଂଙ୍କ ଧୁମଧଡ଼ାକ ଡ୍ୟାନ୍ସ ଭିଡ଼ିଓ । ମମ୍ ଅଞ୍ଜୁ ଭବନାନୀଙ୍କ ବର୍ଥ ଡେ'ରେ ସେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ନାଚିଛନ୍ତି । ଦୀପିକା ଓ ରଣବୀର ମାଆ ଅଞ୍ଜୁଙ୍କ ଜନ୍ମଦିନ ପାଇଁ ଏକ ରେଷ୍ଟୁରାଣ୍ଟରେ ଲଞ୍ଚ ପାର୍ଟିର ଆୟୋଜନ କରିଥିଲେ । ଏହି ଫ୍ୟାମିଲି ଫଙ୍କସନରେ ଉଭୟ ପରିବାର ଯୋଗ ଦେଇଥିଲେ ।
ଏହି ଭାଇରାଲ ଭିଡ଼ିଓରେ ରଣବୀର ଖୁବ ଖୁସିର ସହକାରେ ନାଚୁଥିବା ଦେଖିବାକୁ ମିଳିଛି । 'ଖଲିବଲି' ଗୀତରେ ରଣବୀର ପିତା ଜଗଜିତ ସିଂ ଭବନାନୀଙ୍କ ସହିତ ମଧ୍ୟ ଖିଲଜି ଅନ୍ଦାଜରେ ନାଚିଥିଲେ । ଏହି ବାପା-ପୁଅ ଡୋ ଧୁମଧଡ଼ାକ ନାଚିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଅନ୍ୟ ଏକ ଭିଡ଼ିଓରେ ରଣବୀର ମାଆ ଅଞ୍ଜୁଙ୍କ ସହିତ ମଧ୍ୟ ନାଚିଥିବା ଦେଖିବାକୁ ମିଳିଛି । ରଣବୀର ମାଆଙ୍କ ସହ ନାଚୁଥିବା ବେଳେ ତାଙ୍କୁ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଉତ୍ସାହିତ କରିଥିଲେ ।