ମୁମ୍ବାଇ: ବର୍ତ୍ତମାନ ସମସ୍ତେ କୋରୋନା ଭାଇରସକୁ ଭୟଭୀତ। ସାଧାରଣ ଜନତା ଠୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହି ବିପଦପୂର୍ଣ୍ଣ ଭାଇରସରୁ ନିଜକୁ ବଞ୍ଚାଇବାରେ ଲାଗିଛନ୍ତି। ଏବେ ସମସ୍ତେ ସାମାଜିକ ଦୂରତା ନିୟମ ଅନୁସରଣ କରୁଛନ୍ତି | ଇତିମଧ୍ୟରେ ଚର୍ଚ୍ଚାରେ ଆସିଛନ୍ତି ଫେମସ ଅଭିନେତା ତଥା ଷ୍ଟାଣ୍ଡଅପ୍ କମେଡିଆନ ବୀର ଦାସ। ତାଙ୍କ ସହ ତାଙ୍କ ପଡୋଶୀ ଦୁର୍ବ୍ୟବହାର କରିବା ଘଟଣା ସାମ୍ନାକୁ ଆସିଛି।
କଥାଟି ହେଲା ଯେ ବୀର ତାଙ୍କ ଘର ବାହାରେ ଛିଡା ହୋଇଥିଲେ। ଏହା ଦେଖି ଜଣେ ପଡ଼ୋଶୀ ତାଙ୍କ ସହ ଝଗଡା ଆରମ୍ଭ କରିଦେଇଥିଲେ । ଆଉ ତାଙ୍କ ସହ ଅସଦାଚରଣ ମଧ୍ୟ କରିଥିଲେ।