ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ବିପୁଲ ଶାହା ଏକ ନୂତନ ମେଡିକାଲ ଥ୍ରୀଲର ଶୋ 'ହ୍ୟୁମାନ୍' ସହିତ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଯାହା ମେଡିକାଲ ଟ୍ରାଏଲ ଉପରେ ଆଧାରିତ । ଏହି ଶୋ କୋରୋନା ଭାଇରସ ବିଷୟରେ ନୁହେଁ । ଏହା ସାରା ବିଶ୍ବରେ ଦଶନ୍ଧି ଧରି ଚାଲିଆସୁଥିବା ଡାକ୍ତରୀ ପରୀକ୍ଷା ଉପରେ ଏହା ଆଲୋକିତ କରିବ । ଶୋ ରେ ଶେଫାଲୀ ଶାହା ଏବଂ କିର୍ତ୍ତୀ କୁଲ୍ହାରୀ ନଜର ଆସିବେ।
ବିପୁଲ କହିଛନ୍ତି, 'ଆମେ ପ୍ରାୟ ସାଢେ ତିନି ବର୍ଷ ଧରି ଏହି ପ୍ରୋଜେକ୍ଟରେ କାମ କରୁଥିଲୁ, ସେତେବେଳେ ଆମେ ଭାଇରସ ଏବଂ ଭ୍ୟାକ୍ସିନ ବିଷୟରେ ମଧ୍ୟ ଜାଣି ନଥିଲୁ । ଷ୍ଟୋରୀ ଲେଖିବା ପାଇଁ ଆମକୁ ବହୁତ ସମୟ ଲାଗିଥିଲା, କାରଣ ଆମେ ମାନବ ପରୀକ୍ଷା ପ୍ରକ୍ରିୟାକୁ ସରଳ କରିବାକୁ ଚେଷ୍ଟା କରିଛୁ । ଏହା କୋରୋନା ଭାଇରସ ବିଷୟରେ ନୁହେଁ, ବରଂ ଦଶନ୍ଧି ଧରି ଚାଲିଆସୁଥିବା ଡାକ୍ତରୀ ପରୀକ୍ଷା ବିଷୟରେ । ଏହା ସମାଜ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ।