ହାଇଦ୍ରାବାଦ:ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତା ବିକ୍ରାନ୍ତ ମେସୀ ଏବଂ ଗର୍ଲଫ୍ରେଣ୍ଡ ଶୀତଲ ଠାକୁର। ମୁମ୍ବାଇରେ ଦୁହେଁ ପାରମ୍ପରିକ ରୀତିନୀତିରେ ବିବାହ କରିଛନ୍ତି । ବିକ୍ରାନ୍ତ ଏବଂ ଶୀତଲଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି । ବିବାହ ପୋଷାକରେ ଶୀତଲ ବହୁତ ସୁନ୍ଦର ଦେଖାଯାଉଛନ୍ତି । ବିକ୍ରାନ୍ତ ଏକ ଧଳା ଶେରୱାନି ପିନ୍ଧିଛନ୍ତି । ଉଭୟ ଫଟୋରେ ବହୁତ ଖୁସି ଦେଖାଯାଉଛନ୍ତି ।
ଗତ କିଛିଦିନ ପୂର୍ବରୁ ବିକ୍ରାନ୍ତ ମେସୀ ଭାଲେଣ୍ଟାଇନ ଡେରେ ଲୁଚାଛଫା ବିବାହ କରିନେଇଥିବା ଖବର ପ୍ରକାଶିତ ହୋଇଥିଲା । କିନ୍ତୁ ସେତେବେଳେ ଅଭିନେତା ବିକ୍ରାନ୍ତ ମେସି ତାଙ୍କର ଗର୍ଲଫ୍ରେଣ୍ଡ ଶୀତଲ ଠାକୁରଙ୍କ ସହ ରେଜିଷ୍ଟାର ମ୍ୟାରେଜ କରିଥିଲେ। ୬ବର୍ଷ ଧରି ଡେଟିଂ ପରେ ସେମାନେ ୨୦୧୯ରେ ନିର୍ବନ୍ଧ କରିଥିଲେ । ଆଜି ପାରମ୍ପରିକ ରୀତିନୀତିରେ ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ ପରିବାର ସଦସ୍ୟ ଏବଂ ସେମାନଙ୍କ ଅନ୍ତରଙ୍ଗ ବନ୍ଧୁ ସାମିଲ ହୋଇଥିଲେ ।