ମୁମ୍ବାଇ: ଅଭିନେତା ବିକ୍ରାନ୍ତ ମାସେ ଏବଂ ଅଭିନେତ୍ରୀ କ୍ରିତି ଖରବାଣ୍ଡାଙ୍କ ଷ୍ଟାରର ଫିଲ୍ମ '14 ଫେରେ'ର ଫାଷ୍ଟ ଲୁକ ଆଉଟ୍ ହୋଇସାରିଛି ।
ଫିଲ୍ମ କ୍ରିଟିକ ଆଣ୍ତ ଆନାଲିଷ୍ଟ ତରନ ଆଦର୍ଶ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଫିଲ୍ମର ଫାଷ୍ଟ ଲୁକ ସେୟାର କରି କହିଛନ୍ତି ଯେ, ଜି ଷ୍ଟୁଡିଓ ଦ୍ୱାରା ଏକ ନୂଆ ଫିଲ୍ମ ଘୋଷଣା କରାଯାଇଛି । '14 ଫେରେ' ଚଳଚ୍ଚିତ୍ରଟି ଏକ କମେଡି ଫିଲ୍ମ । ଦେବନସୁ ସିଂଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ସୁଟିଂ ନଭେମ୍ବର 2020 ରେ ଆରମ୍ଭ ହେବ ଏବଂ ଏହା ଜୁଲାଇ 9, 2021 ରେ ମୁକ୍ତିଲାଭ କରିବ ।
ଜି ଷ୍ଟୁଡିଓ ବ୍ୟାନରରେ ନିର୍ମିତ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତ ମାସେ ଏବଂ କ୍ରିତି ଖାରବାଣ୍ଡା ମୁଖ୍ୟ ଭୂମିକାରେ ଅଭିନୟ କରିବେ ।