ମୁମ୍ବାଇ:ବଲିଉଡ଼ର ଗ୍ରୀକ୍ ଗଡ଼ ତଥା ହ୍ୟାଣ୍ଡସମ ହଙ୍କ୍ ହ୍ରିତିକ ରୋଶନ ଆସନ୍ତାକାଲି(ସୋମବାର) ୪୮ ବର୍ଷ ବୟସରେ ପାଦ ଥାପିବାକୁ ଯାଉଛନ୍ତି । ଜନ୍ମଦିନ ଅବସରରେ ହ୍ରିତିକଙ୍କ ଆଗାମୀ ଫିଲ୍ମ 'ବିକ୍ରମ ଭେଧା'ରେ ତାଙ୍କ ଲୁକ୍ର ପ୍ରଥମ ଝଲକ ଦେଖିବାକୁ ଯାଉଛନ୍ତି ଦର୍ଶକ । ତେବେ ଏ ସମ୍ପର୍କରେ ଫିଲ୍ମର ମେକର୍ସ ସୋସିଆଲ ମିଡ଼ିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହି ଫିଲ୍ମଟି ତାମିଲ ହିଟ୍ର ହିନ୍ଦୀ ରିମେକ୍ ।
ଏହି ଫିଲ୍ମଟି ୨୦୧୭ ମସିହାରେ ତାମିଲ ଭାଷାରେ ରିଲିଜ ହୋଇଥିବା ବେଳେ ବକ୍ସ ଅଫିସରେ ହିଟ୍ ହୋଇଥିଲା । ଏହାର ଅରିଜିନାଲ ଫିଲ୍ମରେ ଆର. ମାଧବନ ଓ ବିଜୟ ସେଥୁପତି ଅଭିନୟ କରିଥିଲେ । ଏହାର ହିନ୍ଦୀ ରିମେକ୍ରେ ହ୍ରିତିକ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଥିବା ବେଳେ ତାଙ୍କ ବିରୋଧରେ ସୈଫ ଅଲ୍ଲୀ ଖାନ ନଜର ଆସିବେ । ହ୍ରିତିକ ଓ ସୈଫ ପୂର୍ବରୁ ୨୦୦୨ ମସିହାରେ Naa Tum Jaano Na Hum ଏକାଠି ନଜର ଆସିଥିଲେ ।