ମୁମ୍ବାଇ: ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ଆଗାମୀ ଚଳଚ୍ଚିତ୍ର 'ଲିଗର'ର ରିଲିଜ୍ ଡେଟ ସ୍ଥିର ହୋଇଛି । ଏହି ଚଳଚ୍ଚିତ୍ର ଚଳିତ ବର୍ଷ 9 ସେପ୍ଟେମ୍ବରରେ ମୁକ୍ତିଲାଭ କରିବ ।
ପୁରୀ ଜଗନ୍ନାଧଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ରିଲିଜ ତାରିଖ ଘୋଷଣା କରି ବିଜୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ।
ଏହି ଚଳଚ୍ଚିତ୍ରରେ ତାଙ୍କ କୋ-ଷ୍ଟାର ଅନନ୍ୟା ପାଣ୍ଡେ, ଚାର୍ମୀ କୌର ଏବଂ ନିର୍ମାତା କରଣ ଜୋହରଙ୍କ ସମେତ ଅନ୍ୟମାନଙ୍କୁ ଟ୍ୟାଗ୍ କରି ସେ ଲେଖିଛନ୍ତି, 'ତାରିଖ ଫାଇନାଲ ହୋଇଛି, ଇଣ୍ତିଆ । ଆମେ 9 ସେପ୍ଟେମ୍ବର 2021ରେ ଆସୁଛୁ ।