ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ବିଜୟ ଦୋବରକୋଣ୍ଡାଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା । ନିକଟରେ ସେ ପରଫେକ୍ଟ ମ୍ୟାନ ପରି ଘରର ସବୁ କାମ କରୁଥିବାର ନଜର ଆସିଥିଲେ। ଆଉ ଏବେ ଦୁଇଟି ବଡ ଘୋଷଣା କରି ଚର୍ଚ୍ଚାରେ। ସେ କୋରୋନା ଭାଇରସ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହେବାକୁ ଯାଉଛନ୍ତି । ସେ 1.30 କୋଟି ଟଙ୍କା ଦାନ କରିବେ। ଏହାସହ ସେ ଲୋକଙ୍କୁ ରୋଜଗାର କରିବାର ଅବସର ମଧ୍ୟ ଦେବେ।
ବିପଦର ବନ୍ଧୁ ସାଉଥ ଷ୍ଟାର ବିଜୟ ଦେବରକୋଣ୍ଡା, ବଢାଇଲେ ସହାୟତାର ହାତ - ସାଉଥର ସୁପରଷ୍ଟାର ବିଜୟ ଦୋବରକୋଣ୍ଡାଙ୍କ ବଡ ଘୋଷଣା
ଅନେକ ଷ୍ଟାର୍ସଙ୍କ ପରେ ଏବେ ସହଯୋଗର ହାତ ବଢାଇଲେ ବିଜୟ ଦେବରକୋଣ୍ଡା। ଅନେକ ଘୋଷଣା କରି ଜନସାଧାରଣଙ୍କୁ କଲେ ଖୁସି।
ଏହାବ୍ୟତୀତ 2 ହଜାରରୁ ଅଧିକ ପରିବାରଙ୍କୁ ଦାୟିତ୍ବ ନେବାକୁ ଯାଉଛନ୍ତି । 2 ହଜାର ପରିବାର ପାଖରେ ଆବଶ୍ୟକ ଜିନିଷ ପହଞ୍ଚାଇବାର ଘୋଷଣା କରିଛନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ, ଆମ ସମସ୍ତେ ଯୋଦ୍ଧା । ମଧ୍ଯବିତ୍ତ ପରିବାର ଲୋକେ ମଧ୍ୟ ଏହି ସଙ୍କଟର ସାମ୍ନା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସେ ମିଡିଲ କ୍ଲାସ ଫଣ୍ଡ ଆରମ୍ଭ କରି ସେମାନଙ୍କ ସହ ସମ୍ପୃକ୍ତ ହେବାକୁ ଚାହୁଁଛି। ଏବେ ପ୍ରେମ, ଦୟା ଆଉ ସମର୍ଥନର ଆବଶ୍ୟକ ଅଛି।
ସେ 11 ମିନିଟର ଏକ ଭିଡିଓ ପୋଷ୍ଟ କରି କଥା ଦେଇଛନ୍ତି ଯେ ସେ ଲୋକଙ୍କୁ ରୋଜଗାର ପ୍ରଦାନ କରିବେ । ସେ ନିଜ ବ୍ରାଞ୍ଚ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ସହିତ ରାସନ ଦେବା ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି ।