ମୁମ୍ବାଇ: ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ 2011ରେ ଆକ୍ସନ ଫିଲ୍ମ 'ଫୋର୍ସ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ବିଦ୍ୟୁତ କହିଛନ୍ତି ଯେ ସେ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଯାହା ହାସଲ କରିଛନ୍ତି ସେଥିରେ ସେ ଖୁସି ଅଛନ୍ତି ।
ବିଦ୍ୟୁତ ଆହୁରି କହିଛନ୍ତି ଯେ, ଆରମ୍ଭରୁ ମତେ ଆକ୍ସନ ହିରୋ ହେବାର ଇଚ୍ଛା ଥିଲା । ବିଦ୍ୟୁତଙ୍କୁ ଆକ୍ସନ ଫିଲ୍ମ 'ଫୋର୍ସ' ପରେ ତାଙ୍କୁ 'କମାଣ୍ଡୋ' ଏବଂ 'ଜଙ୍ଗଲି' ପରି ଆକ୍ସନ ଫିଲ୍ମରେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା ।
ଯେତବେଳେ ବିଦ୍ୟୁତଙ୍କୁ ହିନ୍ଦୀ ସିନେମା ଜଗତରେ ଏପର୍ଯ୍ୟନ୍ତ ତାଙ୍କର ଯାତ୍ରା ବିଷୟରେ ପ୍ରଶ୍ନ କରାଯାଇଥିଲା । ସେତେବେଳେ ଏହି ପ୍ରଶ୍ନ ଉପରେ ବିଦ୍ୟୁତ ଆଇ.ଏ.ଏନ.ଏସ କୁ କହିଛନ୍ତି ଯେ, ମୁଁ ବର୍ତ୍ତମାନରେ ରହିବାକୁ ବିଶ୍ବାସ ରଖେ । ମୁଁ ପଛକୁ କିମ୍ବା ଭବିଷ୍ୟତ ଆଡକୁ ଦେଖେ ନାହିଁ । ମୁଁ ଏପର୍ଯ୍ୟନ୍ତ କ୍ୟାରିୟରରେ ଯାହା ହାସଲ କରିଛନ୍ତି ସେଥିରେ ମୁଁ ଖୁସି ଅଟେ । ଯେତେବେଳେ ମୋର ପରିବାର, ବନ୍ଧୁ ଏବଂ ପିଲାଦିନର ବନ୍ଧୁମାନେ ମୋର ଷ୍ଟାରଡମକୁ ଉପଭୋଗ କରନ୍ତି ମୁଁ ସେତେବେଳେ ଗର୍ବିତ ଅନୁଭବ କରେ ।