ଓଡିଶା

odisha

ETV Bharat / sitara

ଅନୁରାଗଙ୍କ ଅପକମିଂ ଫିଲ୍ମରେ ବିଦ୍ୟା

ଫିଲ୍ମ 'ଲାଇଫ ଇନ ଏ ମେଟ୍ରୋ'ର ସିକ୍ବେଲ ଖୁବଶୀଘ୍ର ନିର୍ମିତ ହେବାକୁ ଯାଉଛି । ବର୍ତ୍ତମାନ ଫିଲ୍ମକୁ ନେଇ ଶୁଣିବାକୁ ମିଳୁଛି ଯେ ଏହି ସିକ୍ବେଲ ଫିଲ୍ମ 'ଲୁଡୋ'ରେ ବିଦ୍ୟା ନଜର ଆସିବେ ।

By

Published : Jul 1, 2019, 4:26 PM IST

ଡିଜାଇନ ଫଟୋ

ମୁମ୍ବାଇ: 'ବର୍ଫି' ଭଳି ଶାନଦାର ଫିଲ୍ମ ନିର୍ମାଣ କରିସାରିଥିବା ନିର୍ଦ୍ଦେଶକ ଅନୁରାଗ ବାସୁ ଖୁବଶୀଘ୍ର 'ଲୁଡୋ' ଫିଲ୍ମ ନେଇ ଆସୁଛନ୍ତି । ଏହି ଫିଲ୍ମଟି 2007ରେ ଆସିଥିବା ପପୁଲାର ଫିଲ୍ମ 'ଲାଇଫ ଇନ ଏ ମେଟ୍ରୋ'ର ସିକ୍ବେଲ । ଫିଲ୍ମରେ ରାଜକୁମାର ରାଓ ଓ ଅଭିଷେକ ବଚ୍ଚନ ନଜର ଆସିବେ ।

ଫିଲ୍ମର କାଷ୍ଟକୁ ନେଇ ଆଉ ଏକ ଖୁଲାସା ହୋଇଛି । ଫିଲ୍ମରେ 'କାହାନୀ' ଫେମ ଅଭିନେତ୍ରୀ ବିଦ୍ୟା ବାଲନ ମଧ୍ୟ ଦେଖାଯିବେ ବୋଲି ଶୁଣିବାକୁ ମିଳୁଛି । କୁହାଯାଉଛି ଯେ ଫିଲ୍ମରେ ସେ ଅତିଥି ଭୂମିକାରେ ଅଭିନୟ କରିବେ । ଫିଲ୍ମର ସିକ୍ବେଲରେ ମଧ୍ୟ ଚାରୋଟି ଭିନ୍ନ ଭିନ୍ନ କାହାଣୀକୁ ପର୍ଯ୍ୟବେଶିତ କରାଯିବ ।

ବିଦ୍ୟାଙ୍କ ରୋଲକୁ ନେଇ ଅଧିକା ଖୁଲାସା ହୋଇନାହିଁ । ଏହାବ୍ୟତୀତ ଫିଲ୍ମ ନିର୍ମାତା ଏହାମଧ୍ୟ ଚାହୁଁଛନ୍ତି ଯେ ବିଦ୍ୟା ଫିଲ୍ମ ଷ୍ଟୋରୀର ନ୍ୟାରେଶନ କରନ୍ତୁ । ଅନ୍ୟପଟେ ବିଦ୍ୟା ଓ ଅନୁରାଗ ଦୀର୍ଘସମୟରୁ ଭଲ ବନ୍ଧୁ ହୋଇ ରହିଆସୁଛନ୍ତି । ଅନୁରାଗ ଫିଲ୍ମ ଅଫର କରିବା ମାତ୍ରେ ବିଦ୍ୟା ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲେ । ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ କରିବେ ବିଦ୍ୟା ।

ଫିଲ୍ମରେ ରାଜକୁମାର ଓ ଅଭିଷେକଙ୍କ ବ୍ୟତୀତ ଅଭିନେତ୍ରୀ ଫତିମା ସନା ସେଖ, ସାନିୟା ମାଲହୋତ୍ରା ଏବଂ ଆଦିତ୍ୟ ରାୟ କପୁର ମଧ୍ୟ ନଜର ଆସିବେ । ଅଭିଷେକ ପ୍ରଥମ ଥର ଅନୁରାଗଙ୍କ କୌଣସି ଫିଲ୍ମରେ କାମ କରିବାକୁ ଯାଉଛନ୍ତି ।

ABOUT THE AUTHOR

...view details