ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାତ୍ର 34 ବର୍ଷ ବୟସରେ ଆତ୍ମହତ୍ୟା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ତାଙ୍କ ମୃତ୍ୟୁରେ ଏଯାବତ ଦୁଃଖି ସମସ୍ତେ । କେବଳ ଫ୍ୟାନ୍ସଙ୍କୁ ନୁହେଁ ବଲିଉଡକୁ ମଧ୍ୟ ତାଙ୍କ ଆତ୍ମହତ୍ୟାରେ ଝଟକା ଲାଗିଛି । କାରଣ ତାଙ୍କ ମୃତ୍ୟୁରେ କ୍ରୋଧିତ ଥିବା ଦର୍ଶକ ବର୍ତ୍ତମାନ ବଲିଉଡ ଉପରେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ସୋସିଆଲ ମିଡିଆରେ କରିବାରେ ଲାଗିଛନ୍ତି । ଏହି ମାମଲାରେ ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନ ପ୍ରତିକ୍ରିୟା ରଖି ଚର୍ଚ୍ଚାରେ । ସେ ସୁଶାନ୍ତଙ୍କ ମୃତ୍ୟୁରେ ଆଶ୍ଚର୍ଯ୍ୟକର କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।
ସୁଶାନ୍ତଙ୍କ ଆତ୍ମହତ୍ୟାରେ ବିଦ୍ୟାଙ୍କ ଆଶ୍ଚର୍ଯ୍ୟକର ବୟାନ - ସୁଶାନ୍ତଙ୍କ ଆତ୍ମହତ୍ୟାରେ ବିଦ୍ୟାଙ୍କ ଆଶ୍ଚର୍ଯ୍ୟକର ବୟାନ
ଦୀର୍ଘ ସମୟରୁ ନିଜ ଅପକମିଂ ଫିଲ୍ମ ‘ଶକୁନ୍ତଳା ଦେବୀ’କୁ ନେଇ ଚର୍ଚ୍ଚାରେ ବିଦ୍ୟା । ହେଲେ ଏଥର ସେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି।
ସେ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ, ‘ଯଦି କେହି ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନେଇଛନ୍ତି, ତେବେ ଏଥି ପାଇଁ କାହାରିକୁ ବି ଦାୟୀ କରିବା ଠିକ୍ କଥା ନୁହେଁ । ଏବେ କଥା ଭୁଲ କିମ୍ବା ଠିକ୍ର ନୁହେଁ । ଆମେ କେହି ଜାଣିନେ ଯେ ସୁଶାନ୍ତ କାହିଁକି ଏପରି ପଦକ୍ଷେପ ନେଲେ। ତାଙ୍କୁ ସମ୍ମାନ ଦେବା ପାଇଁ ସବୁଠୁ ଭଲ କାମ ହେଲା ଚୁପ୍ ରହିବା। ଲୋକ ସବୁ ପ୍ରକାର ସିଦ୍ଧାନ୍ତ ନେଇ ଆସିଯାଉଛନ୍ତି । ବର୍ତ୍ତମାନ ତାଙ୍କ ପରିବାର ପାଇଁ ବହୁତ ଦୁଃଖଦାୟକ ସମୟ । ମୁଁ ମଧ୍ୟ ଜୀବନରେ ଅନେକ ସଂଘର୍ଷ ଦେଖିଥିଲି । ହେଲେ ମୋ ସଫଳତା ରାସ୍ତାରେ ଏହି ସଂଘର୍ଷକୁ କେବେ ଆସିବାକୁ ଦେଇନଥିଲି । ସମସ୍ତେ ସମସ୍ତଙ୍କଠୁ ଭିନ୍ନ । ହେଲେ କାହା ଆତ୍ମହହତ୍ୟା ପାଇଁ ଅନ୍ୟ ଉପରେ ଦୋଷ ଲଗାଇବା ଆଦୌ ଠିକ୍ ନୁହେଁ।’
ପ୍ରକାଶ ଥାଉକି ଏମାସ 31ରେ ବିଦ୍ୟାଙ୍କ ଚର୍ଚ୍ଚିତ ଫିଲ୍ମ ‘ଶକୁନ୍ତଳା ଦେବୀ’ ଓଟିଟି ପ୍ଲାଟଫର୍ମ ଆମଜନ ପ୍ରାଇମରେ ରିଲିଜ ହେବାକୁ ଯାଉଛି । ଯେଉଁଥିରେ ହ୍ୟୁମାନ କମ୍ପ୍ୟୁଟ ନାମରେ ପରିଚିତ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଭୂମିକାରେ ନଜର ଆସିବେ ବିଦ୍ୟା।