ଓଡିଶା

odisha

ETV Bharat / sitara

ଆସୁଛି ବିଦ୍ୟାଙ୍କ ROM-COM ଫିଲ୍ମ, ଅଛନ୍ତି ଏହି କଳାକାର..

ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲାନ ଆଗକୁ ଏକ ରୋମାଣ୍ଟିକ-କମେଡି ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ତେବେ ଏ ସମ୍ପର୍କରେ ବିଦ୍ୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି । ଜାଣନ୍ତୁ ଦିବ୍ୟାଙ୍କ ସହ ଫିଲ୍ମରେ ଅଛନ୍ତି କେଉଁ କେଉଁ ବଡ଼ କଳାକାର । ଅଧିକ ପଢନ୍ତୁ...

By

Published : Nov 11, 2021, 5:05 PM IST

ଆସୁଛି ବିଦ୍ୟାଙ୍କ ROM-COM ଫିଲ୍ମ, ଅଛନ୍ତି ଏହି କଳାକାର..
ଆସୁଛି ବିଦ୍ୟାଙ୍କ ROM-COM ଫିଲ୍ମ, ଅଛନ୍ତି ଏହି କଳାକାର..

ମୁମ୍ବାଇ: ରୋମାଣ୍ଟିକ-କମେଡ଼ି ଫିଲ୍ମରେ ଏକାଠି ନଜର ଆସିବାକୁ ଯାଉଛନ୍ତି ୪ ବଡ଼ କଳାକାର । ଆଧୁନିକ ରିଲେସନସିପ ଉପରେ ଆଧାରିତ ଏହି ଫିଲ୍ମଟି ଶିର୍ଶା ଗୁହା ଠାକୁର୍ତ୍ତା ନିର୍ଦ୍ଦେଶନା ଦେଇଥିବାବେଳେ ଏଥିରେ ବିଦ୍ୟା ବାଲାନ, ଇଲିଆନା ଡି'କ୍ରୁଜ, ପ୍ରତୀକ ଗାନ୍ଧୀ ଓ ସେନ୍ଧିଲ ରାମମୁର୍ଥୀ ଅଭିନୟ କରିଛନ୍ତି । ତେବେ ଏ ସମ୍ପର୍କରେ ଅଭିନେତ୍ରୀ ବିଦ୍ୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ସୂଚନା ଦେଇଛନ୍ତି ।

ବିଦ୍ୟା ନିଜ ପୋଷ୍ଟରେ ଲେଖିଛନ୍ତି ଯେ ଏହି ଫିଲ୍ମଟି ଆଧୁନିକ ରିଲେସନସିପ ଉପରେ ଆଧାରିତ । ଯାହାକି ନିଶ୍ଚିତ ଭାବରେ ଆପଣଙ୍କ କିମ୍ବା ଆପଣଙ୍କ ବନ୍ଧୁଙ୍କ କାହାଣୀ ହୋଇଥିବ । ଏହି ଫିଲ୍ମଟି ଆପଣଙ୍କୁ ସମାନ ଭାବରେ ହସାଇବା ସହିତ କନ୍ଦାଇବ ମଧ୍ୟ । ଦିବ୍ୟା ଫିଲ୍ମରେ 'କାବ୍ୟା'ର ରୋଲ ପ୍ଲେ କରି ଅତ୍ୟନ୍ତ ଖୁସି ଥିବା କହିଛନ୍ତି । ଏହି ଫିଲ୍ମକୁ Applause Entertainment ଉପସ୍ଥାପନା କରୁଥିବାବେଳେ 'Tumhari Sulu' ପରେ ଦ୍ବିତୀୟ ଥର ପାଇଁ ପ୍ରଯୋଜକ @ellipsisentertainmentଙ୍କ ସହିତ କାର୍ଯ୍ୟ କରିବାକୁ ଯାଉଛନ୍ତି ।

ନିର୍ଦ୍ଦେଶକ ଶିର୍ଶା କହିଛନ୍ତି ଯେ ସେ ଯେତେବେଳେ ଏହି ଫିଲ୍ମର ଷ୍ଟୋରୀ ଶୁଣିଥିଲେ, ତତକ୍ଷଣାତ ସେ ଏହି ଫିଲ୍ମ ପ୍ରତି ଆକର୍ଷିତ ହୋଇଥିଲେ । ଏହାସହିତ ତାଙ୍କ ପ୍ରଯୋଜକ(Applause ଓ Ellipsis) ତାଙ୍କୁ ଭଲ ଭାବରେ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି । ବର୍ତ୍ତମାନ ଫିଲ୍ମଟି ମୁମ୍ବାଇ ଓ ଉଟିର କିଛି ସ୍ଥାନରେ ସୁଟିଂ ହେଉଛି ।

@ANI

ABOUT THE AUTHOR

...view details