ଓଡିଶା

odisha

ETV Bharat / sitara

ସୁଟିଂ ସେଟକୁ ଫେରିଲେ ବିଦ୍ୟା, ଫଟୋ ପୋଷ୍ଟ କରି ଜଣାଇଲେ ଖୁସି - vidya balan gets back to work

ତାପସୀ ପନ୍ନୁଙ୍କ ପରେ ବର୍ତ୍ତମାନ ବିଦ୍ୟା ବାଲାନ୍ ମଧ୍ୟ ସୁଟିଂ ସେଟକୁ ଯାଉଛନ୍ତି । ଖୁସି ବ୍ୟକ୍ତ କରି ବିଦ୍ୟା ତାଙ୍କ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ଭ୍ୟାନିଟି ଭ୍ୟାନ୍ ରେ ନଜର ଆସିଛନ୍ତି । ଅଧିକ ପଢନ୍ତୁ...

vidya balan gets back to work
ସୁଟିଂ ସେଟକୁ ଫେରିଲେ ବିଦ୍ୟା, ଫଟୋ ପୋଷ୍ଟ କରି ଜଣାଇଲେ ଖୁସି

By

Published : Jul 8, 2020, 6:45 PM IST

ମୁମ୍ବାଇ: କରୋନା ଭାଇରସ ଯୋଗୁଁ ଚାଲିଥିବା ଲକଡାଉନ ସମୟରେ ବଲିଉଡ ଇଣ୍ଡଷ୍ଟ୍ରି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନ କିଛି ନୂତନ ନିର୍ଦ୍ଦେଶାବଳୀ ସହିତ ବଲିଉଡ ଇଣ୍ଡଷ୍ଟ୍ରିର କିଛି ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଯାଉଛି । ବଲିଉଡର କିଛି ନିର୍ମାତା, ନିର୍ଦ୍ଦେଶକ, ଏବଂ ଳକାକାରମାନେ ନିଜ ଘରୁ ବାହାରକୁ ବାହାରୁଛନ୍ତି ।

ବର୍ତ୍ତମାନ କିଛି ସେଲିବ୍ରିଟି କାମକୁ ଫେରିବା ଆରମ୍ଭ କରି ଦେଇଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଅନେକ ଶୋର ସୁଟିଂ ଆରମ୍ଭ ହୋଇଯାଇଛି ।

ଏହି ସମୟରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ମଧ୍ୟ କାମକୁ ଫେରିଛନ୍ତି । ଖୁସି ବ୍ୟକ୍ତ କରି ବିଦ୍ୟା ତାଙ୍କ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ଭ୍ୟାନିଟି ଭ୍ୟାନ୍ ରେ ତାଙ୍କର ଡିଜାଇନର୍ ଏବଂ ଅନ୍ୟ ଦୁଇ ସହକର୍ମୀଙ୍କ ସହିତ ନଜର ଆସିଛନ୍ତି ।

ବିଦ୍ୟା ଦୀର୍ଘ ସମୟ ପରେ ଘର ବାହାରେ ପାଦ ଦେଇଛନ୍ତି । ଲକଡାଉନ ପରେ ବହୁତ ସେଲିବ୍ରିଟିମାନେ ସୁଟିଂ ସେଟକୁ ଆସିବାକୁ ପସନ୍ଦ କରିଛନ୍ତି । ଯେଉଁଥିରେ ତାପସୀ ପନ୍ନୁଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ । କିଛି ଦିନ ପୂର୍ବରୁ ତାପସୀ ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ଭ୍ୟାନିଟି ଭ୍ୟାନର ଏକ ଫଟୋ ମଧ୍ୟ ସେୟାର କରିଥିଲେ ।

ଚଳଚ୍ଚିତ୍ର ସହିତ ଟିଭି ସିରିଏଲର ସୁଟିଂ ମଧ୍ୟ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details