ନୂଆଦିଲ୍ଲୀ: ସୁଶାନ୍ତ ସିଂ ମାମଲା ଓ ଡ୍ରଗ୍ସ ଲିଙ୍କରେ ବି ଟାଉନର ପଛରେ ପଡିଯାଇଛନ୍ତି କଙ୍ଗନା। ସମସ୍ତଙ୍କ ପୋଲ ଖୋଲିବାକୁ କଙ୍ଗନା ପଣ କରିଥିବା ବେଳେ ଏବେ ତାଙ୍କର ସିକ୍ରେଟକୁ ପବ୍ଲିକ କରିବାକୁ ଅଣ୍ଟା ଭିଡିଛନ୍ତି ବଲିଉଡର କିଛି କଳାକାର। ତେବେ ସୁଶାନ୍ତଙ୍କ ମାମଲାରେ ଡ୍ରଗ୍ସ ଲିଙ୍କ ଧୀରେ ଧୀରେ ମାଡି ଚାଲିଥିବା ବେଳେ ଏଥିରେ ଆସିଛି ଟିକିଏ ଟ୍ବିଷ୍ଟ।
ବର୍ତ୍ତମାନ କଙ୍ଗନା ରଣାୱତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମାର୍ଚ୍ଚ 2020 ରେ ନବରାତ୍ରି ସମୟରେ ଏହି ଭିଡିଓ ପୋଷ୍ଟ କରାଯାଇଥିଲା। ଯେତେବେଳେ କଙ୍ଗନା ତାଙ୍କ ସହର ମନାଲିରେ ଥିଲେ। ଏହା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା 4 ମିନିଟର ଭିଡିଓ କ୍ଲିପ। ଏଥିରେ କଙ୍ଗନା 15-16 ବର୍ଷ ବୟସରେ ଘର ଛାଡି ଏବଂ ପରେ ଫିଲ୍ମ ଷ୍ଟାର ହେବା ବିଷୟରେ କଙ୍ଗନା ନିଜ ଷ୍ଟ୍ରଗଲ ଷ୍ଟୋରୀ ବଖାଣିଛନ୍ତି। ପରେ ସେ କହିଛନ୍ତି ଯେ ସେ ଜଣେ ଡ୍ରଗ୍ ଆଡିକ୍ଟ ଥିଲେ ଏବଂ ସେ କିପରି ତାଙ୍କ ଜୀବନକୁ ବଦଳାଇଲେ ତାହା ପ୍ରକାଶ କରିଛନ୍ତି।