ମୁମ୍ବାଇ: ବିକ୍କୀ କୌଶଲ ଓ ଭୂମି ପେଡନେକରଙ୍କ ଫିଲ୍ମ ‘ଭୂତ୍ ପାର୍ଟ ୱାନ-ଦ ହଣ୍ଟେଡ ଶିପ’ ଲୋଗୋ ରିଲିଜ କରିଦିଆଯାଇଛି । ଏହାସହ ଫିଲ୍ମ ପ୍ରଡକ୍ସନ କମ୍ପାନୀ ନିଜ ଡାର୍କ ମୋଡ ଅନ ହେବାର ଘୋଷଣା ମଧ୍ୟ କରିଦେଇଛି । ଫେମସ ଫିଲ୍ମ ନିର୍ମାତା କରନ ଜୋହରଙ୍କ ପ୍ରଡକ୍ସନ ହାଉସ ଧର୍ମା ପ୍ରଡକ୍ସନର ନିଜର ସବୁ ସୋସିଆଲ ମିଡିଆ ଆକାଉଣ୍ଟରେ ‘ଭୂତ୍’ର ଲୋଗୋ ଲଗାଇ ଦେଇଛି ।
ଫେବୃଆରୀରେ ମୁହାଁମୁହିଁ ବିକ୍କୀ-ଆୟୁଷ୍ମାନ - ଫିଲ୍ମ ‘ଭୂତ୍ ପାର୍ଟ ୱାନ-ଦ ହଣ୍ଟେଡ ଶିପ’ ଲୋଗୋ ରିଲିଜ
ଘୋଷଣା ହେଲା ବିକ୍କୀ କୌଶଲଙ୍କ ପ୍ରଥମ ଥ୍ରିଲର, ହରର ଫିଲ୍ମ ‘ଭୂତ୍’ର ରିଲିଜ ତାରିଖ । ଫେବୃଆରୀ 21ରେ ବକ୍ସ ଅଫିସରେ ଦେଖିବାକୁ ମିଳିବ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ସହ ‘ଭୂତ୍’ର ଲଢେଇ ।
ଏହାସହ ‘ଭୂତ୍’ର ରିଲିଜ ଡେଟ ଘୋଷଣା ମଧ୍ୟ ମେକର୍ସ କରିଦେଇଛନ୍ତି । ବିକ୍କୀଙ୍କ ଏହି ଫିଲ୍ମ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ସହ ବକ୍ସ ଅଫିସରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଏହି ହରର ଥ୍ରିଲର ଫିଲ୍ମ ଲୋଗୋ ବ୍ୟତୀତ ଏକ ଫଟୋ ମଧ୍ୟ ସେୟାର କରାଯାଇଛି । ଏହା ବିକ୍କୀ ଓ ଭୂମିଙ୍କ ପ୍ରଥମ ହରର ଫିଲ୍ମ ।
ଏହି ଦୁଇ ଫିଲ୍ମ ଆସନ୍ତା ଫେବୃଆରୀ 21ରେ ରିଲିଜ ହେବାକୁ ଯାଉଛି । ଦର୍ଶକଙ୍କ ଫେବୃଆରୀ ଦୁଇଟି ବଡ ଫିଲ୍ମ ଦେଖିବାକୁ ପାଇବେ । ହେଲେ ଦର୍ଶକ କେଉଁ ଫିଲ୍ମକୁ ଅଧିକ ପସନ୍ଦ କରିବେ ତାହା ଏବେଠୁ ଚର୍ଚ୍ଚାରେ । ଗୋଟିଏ ପଟେ ହରର ଥ୍ରିଲର ଫିଲ୍ମ ଥିବା ବେଳେ ଅନ୍ୟପଟେ ସମଲିଙ୍ଗୀ ପ୍ରେମଭରା ଫିଲ୍ମ । ସେମିତି ଦେଖିବାକୁ ଗଲେ ଏହି ଦୁଇ ଷ୍ଟାର୍ସଙ୍କ ଫିଲ୍ମ ଦେଖିବାକୁ ଦର୍ଶକ ସବୁବେଳେ ଏକ୍ସାଇଟେଡ ଥାଆନ୍ତି । ଫିଲ୍ମ ରିଲିଜ ହେଲା ପରେ ହିଁ ଜଣାପଡିବ ଦର୍ଶକଙ୍କ ମନ କେଉଁ ଫିଲ୍ମ କିଣିଲା ।