ମୁମ୍ବାଇ: ବଲିଉଡ ଅଭିନେତା ବିକ୍କୀ କୌଶଲ ଘୋଡା ସୱାରି କରୁଥିବାର ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ବିକ୍କୀ ଏହି ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ସୁନ୍ଦର ବ୍ରାଉନ ରଙ୍ଗର ଘୋଡା ଉପରେ ବସିଥିବାର ନଜର ଆସିଛନ୍ତି । ଫଟୋରେ ବିକ୍କୀ କ୍ୟାପସନ ଲେଖିଛନ୍ତି, ଆଜିକାଲି ତାଙ୍କ ଦିନ ଘୋଡା ସୱାରି ସହିତ ନୁହେଁ ବରଂ ଥ୍ରୋବ୍ୟାକ ଫଟୋ ସହିତ ଆରମ୍ଭ ହେଉଛି ।
ଘୋଡା ସୱାରି କରୁଥିବା ସମୟର ଥ୍ରୋବ୍ୟାକ ଫଟୋ ସେୟାର କଲେ ବିକ୍କୀ - ଅଶ୍ବ ଚାଳନା କରୁଥିବା ସମୟର ଥ୍ରୋବ୍ୟାକ ଫଟୋ
ବିକ୍କୀ କୌଶଲ ଇନଷ୍ଟାଗ୍ରାମରେ ଏକ ଥ୍ରୋବ୍ୟାକ ଫଟୋ ସେୟାର କରି ପୁରୁଣା ଦିନଗୁଡ଼ିକୁ ମନେ ପକାଇଥିଲେ । ଫଟୋ କ୍ୟାପସନରେ ବିକ୍କୀ ଲେଖିଛନ୍ତି, ଆଜିକାଲି ତାଙ୍କ ଦିନ ଘୋଡା ସୱାରି ସହିତ ନୁହେଁ ବରଂ ଥ୍ରୋବ୍ୟାକ ଫଟୋ ସହିତ ଆରମ୍ଭ ହେଉଛି । ଅଧିକ ପଢନ୍ତୁ...
![ଘୋଡା ସୱାରି କରୁଥିବା ସମୟର ଥ୍ରୋବ୍ୟାକ ଫଟୋ ସେୟାର କଲେ ବିକ୍କୀ vicky remembers his horse riding days in throwback photo](https://etvbharatimages.akamaized.net/etvbharat/prod-images/768-512-7332108-24-7332108-1590331933065.jpg)
ଘୋଡା ସୱାରି କରୁଥିବା ସମୟର ଥ୍ରୋବ୍ୟାକ ଫଟୋ ସେୟାର କଲେ ବିକ୍କୀ
ବିକ୍କୀଙ୍କୁ ଶେଷ ଥର ପାଇଁ 'ଭୁତ - ପାର୍ଟ ୱାନ୍: ଦ ହଣ୍ଟେଡ୍ ସିପ୍' ରେ ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ବିକ୍କୀ 'ସର୍ଦ୍ଦାର ଉଦମ ସିଂ'ରେ ନଜର ଆସିବେ । ଏହି ଫିଲ୍ମ ଜାନୁଆରୀ 2021 ରେ ମୁକ୍ତିଲାଭ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ