ହାଇଦ୍ରାବାଦ: ଗତ ଡିସେମ୍ବର ୯ ତାରିଖରେ ରାଜସ୍ଥାନରେ ରୟାଲ ୱେଡିଙ୍ଗରେ ପରସ୍ପରକୁ ସାତ ଜନ୍ମର ସାଥୀ କରିଛନ୍ତି ବିକି କୌଶଲ ଓ କ୍ୟାଟ୍ରିନା କୈଫ । ତେବେ ବିବାହ ଉତ୍ସବରେ ବିକିଙ୍କ ୱେଡିଙ୍ଗ ସ୍ପିଚ୍ ଶୁଣି କ୍ୟାଟ୍ରିନା ଭାବବିହ୍ବଳ ହୋଇପଡ଼ିଥିବା ସୂଚନା ମିଳିଛି ।
ରିପୋର୍ଟ ଅନୁସାରେ ବରମାଲା ସେରିମନୀ(Varmala ceremony) ପରେ ବିକି ଏହି ସ୍ପିଚ୍ ଦେଇଥିଲେ । ସେ ଏହାକୁ କ୍ୟାଟ୍ରିନାଙ୍କ ପାଇଁ ଡେଡିକେଟ୍ କରିଥିଲେ । କ୍ୟାଟ୍ରିନା ତାଙ୍କ ଜୀବନକୁ ଆସିବା ପରେ କିପରି ତାଙ୍କ ଜୀବନ ବଦଳି ଯାଇଛି ସେ ସମ୍ପର୍କରେ ନିଜ ସ୍ପିଚରେ କହିଥିଲେ ବିକି । ଏହାପରେ କ୍ୟାଟ୍ରିନା ଭାବବିହ୍ବଳ ହୋଇପଡ଼ିଥିଲେ । ବିକି ଓ କ୍ୟାଟ ସେମାନଙ୍କ ବିବାହକୁ ଅତ୍ୟନ୍ତ ଗୋପନୀୟ ରଖିଥିଲେ । ବିବାହ ଦିନ ପର୍ଯ୍ୟନ୍ତ ମଧ୍ୟ ଏ ସମ୍ପର୍କରେ ଉଭୟ କିଛି ସ୍ପଷ୍ଟୀକରଣ ଦେଇନଥିଲେ ।