ଓଡିଶା

odisha

ETV Bharat / sitara

ଚାର୍ଲି ଚ୍ୟାପଲିନଙ୍କ ଅବତାରରେ ‘ଉରି’ ଫେମ - ହ୍ୟାଣ୍ଡସମ ଆକ୍ଟର ବିକ୍କୀ କୌଶଲଙ୍କ ଇନଷ୍ଟାଗ୍ରାମ ପୋଷ୍ଟ

ସୋସିଆଲ ମିଡିଆରେ ଭାଇରାଲ ହେଲା ବିକ୍କୀଙ୍କ ନୂଆ ଅବତାର। ଏଥର ସେ କମେଡିଆନ ସାଜିଛନ୍ତି...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିକ୍କୀ କୌଶଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିକ୍କୀ କୌଶଲ

By

Published : May 22, 2020, 7:30 PM IST

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ବିକ୍କୀ କୌଶଲ ନିଜ ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେ ଫ୍ୟାନ୍ସଙ୍କୁ ଇମ୍ପ୍ରେସ କରିବାରେ ଜମା ହେଳା କରନ୍ତି ନାହିଁ। ତାଙ୍କ ସୋସିଆଲ ମିଡିଆରେ ଅନେକ ମଜାଦାର ପୋଷ୍ଟ କରି ଫ୍ୟାନ୍ସଙ୍କୁ ତାଙ୍କ ସହ ବାନ୍ଧି ରଖିଥାଏ। ସେ ପୁଣିଥରେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ। ଲକଡାଉନରେ ନିଜର ଫଟୋ ସେୟାର କରିବାରେ ବ୍ୟସ୍ତ ।

ତେବେ ଏଥର ସେ ବିଶ୍ବର ମହାନ କମେଡିଆନ ଚାର୍ଲି ଚ୍ୟାପଲିନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ହେଲେ ଫ୍ୟାନ୍ସଙ୍କୁ ବେଶ ଆକର୍ଷିତ କରିଛି ତାଙ୍କ ଶ୍ରଦ୍ଧାଞ୍ଜଳୀ ଦେବା ଅନ୍ଦାଜ।

ସେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଚାର୍ଲି ଚ୍ୟାପଲିନଙ୍କ ଲୁକରେ ନଜର ଆସୁଛନ୍ତି। ଫଟୋରେ ତାଙ୍କୁ ଚିହ୍ନିବା ଟିକେ କଷ୍ଟଦାୟକ । କାରଣ ସେ ଅବିକଳ ଚାର୍ଲିଙ୍କ ଭଳି ଦେଖାଯାଉଛନ୍ତି। ବର୍ତ୍ତମାନ ଫଟୋଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ସବୁଠାରୁ ମହାନ କଳାକାର।’

ABOUT THE AUTHOR

...view details