ଓଡିଶା

odisha

By

Published : Apr 16, 2019, 10:33 PM IST

ETV Bharat / sitara

ଐତିହାସିକ ଫିଲ୍ମରେ ବିକ୍କୀ

ସୁପରହିଟ୍ ଫିଲ୍ମ 'ଉରି- ଦ ସର୍ଜିକାଲ ଷ୍ଟ୍ରାଇକ'ରେ ମେଜର ଭିହାନ ସିଂହ ସେରଗିଲ ହେବା ପରେ ବିକ୍କୀ କୌଶଲ ଏକ ଐତିହାସିକ ଫିଲ୍ମରେ ନଜର ଆସିବେ । ଖୁବ୍ ଶୀଘ୍ର ପରଦାରେ ଦର୍ଶକ ଦେଖିବାକୁ ଯାଉଛନ୍ତି 'ମହାଭାରତ' କାହାଣୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ବିକ୍କୀ କୌଶଲ

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସୁପରହିଟ୍ ଫିଲ୍ମ 'ଉରି- ଦ ସର୍ଜିକାଲ ଷ୍ଟ୍ରାଇକ'ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବିକ୍କୀ କୌଶଲ ବର୍ତ୍ତମାନ ବି-ଟାଉନର ଟପ ଅଭିନେତାଙ୍କ ମଧ୍ୟରେ ସାମିଲ ହୋଇସାରିଛନ୍ତି । ତାଙ୍କ ଫ୍ୟାନ୍ସ ସଂଖ୍ୟା ମଧ୍ୟ ଆକାଶଛୁଆଁ । ଇତିମଧ୍ୟରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । କଥାଟି ହେଲା କି ସେ ଐତିହାସିକ କାହାଣୀ 'ମହାଭାରତ'ରେ ଅଶ୍ବତ୍ଥାମା ଭୂମିକାରେ ନଜର ଆସିବେ । ସେ ପୁଣିଥରେ ନିର୍ଦ୍ଦେଶକ ଆଦିତ୍ୟଙ୍କ ଫିଲ୍ମରେ ସାଇନ କରିସାରିଛନ୍ତି ।

'ମହାଭାରତ'ର ପ୍ରଯୋଜନା ଦାୟିତ୍ବ ରୋନୀ ସ୍କ୍ରୁୱାଲା କରିବେ । ବିକ୍କୀ ଏବେ ଫିଲ୍ମର ପ୍ରସ୍ତୁତିରେ ଜୁଟି ଯାଇଛନ୍ତି । ଏହି ଫିଲ୍ମଟି ଏକ ପିରିୟଡ ୱାର ଡ୍ରାମା ହେବା ସହ ବିକ୍କୀ ଏକ ମାୟଥାଲଜିକାଲ କ୍ୟାରେକ୍ଟରେ ପ୍ରଥମଥର ଅଭିନୟ କରିବେ ।

'ଉରି' ସଫଳତା ପରେ ନିର୍ମାତ ରୋନୀ ଓ ନିର୍ଦ୍ଦେଶକ ଆଦିତ୍ୟ କିଛି ବଡ ଏବଂ ଆକର୍ଷଣୀୟ କାହାଣୀ ନେଇ ଫିଲ୍ମ ତିଆରି କରିବାକୁ ଚାହୁଁଛନ୍ତି । ଅନ୍ୟପଟେ ଆଦିତ୍ୟ ଦୀର୍ଘ ସମୟରୁ ଏହା ଉପରେ କାମ କରିଆସୁଛନ୍ତି । ଯେତେବେଳେ 'ଉରି' ରିଲିଜ ମଧ୍ୟ ହୋଇନଥିଲା ସେହି ସମୟରେ ସେ ଏହା ସୂଚନା ରୋନୀ ଓ ବିକ୍କୀଙ୍କୁ ଦେଇଥିଲେ । ଏହି ଦୁଇଜଣ ମଧ୍ୟ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ।

ଫିଲ୍ମର ସୁଟିଂ ଏବର୍ଷ ଶେଷ ଆଡକୁ ଆରମ୍ଭ ହୋଇଯିବ । ପ୍ରକାଶ ଥାଉକି ଏହା ବ୍ୟତୀତ ବିକ୍କୀ ଖୁବ୍ ଶୀଘ୍ର 'ତଖ୍ତ' ଏବଂ ସୁଜୀତ ସରକାରଙ୍କ ଆଗାମୀ ଫିଲ୍ମ 'ଉଧମ ସିଂହ' ବାୟୋପିକରେ ନଜର ଆସିବେ ।

ABOUT THE AUTHOR

...view details