ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲ ତାଙ୍କ ପଡ଼ୋଶୀଙ୍କ ପୋଷା କୁକୁର 'ବେଲା' ସହିତ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଫଟୋରେ ବିକି 'ବେଲା'କୁ କୋଳରେ ଧରିଥିବାର ଦେଖିବାକୁ ମିଳିଥିଲା । ଏଥିରୁ ଜଣାପଡୁଛି ଯେ ବିକି ଏହି ବନ୍ଧୁଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ଫଟୋରେ 'ବେଲା' ତାଙ୍କ ସହ ଏକ ବନ୍ଧୁତ୍ବପୂର୍ଣ୍ଣ ଅନ୍ଦାଜରେ ନଜର ଆସିଛି ।
ଏହି ଫଟୋ ସହିତ ବିକି କ୍ୟାପସନରେ ଲେଖିଛନ୍ତି, "ପଡୋଶନ୍ .. ବେଲା।"