ମୁମ୍ବାଇ: ଫେମସ ଅଭିନେତା ବିକ୍କି କୌଶଲ ଖୁବଶୀଘ୍ର ହରର ଥ୍ରିଲର ଫିଲ୍ମ ‘ଭୂତ ପାର୍ଟ ୱାନ ଦ ହଣ୍ଟେଡ ଶିପ’ ନେଇ ପରଦାରେ ନଜର ଆସିବେ । ଫ୍ୟାନ୍ସ ମଧ୍ୟ ଏହି ଫିଲ୍ମ ଦେଖିବାକୁ ଖୁବ୍ ଉତ୍ସାହିତ । ଫିଲ୍ମରେ ବିକ୍କିଙ୍କ ସହ ରୋମାନ୍ସ କରିବେ ଲୋକପ୍ରିୟ ଅଭିନେତ୍ରୀ ଭୂମି ପେଡନେକର । ଆସନ୍ତା କାଲି(ଶୁକ୍ରବାର) ରିଲିଜ ହେବାକୁ ଯାଉଛି ଏହି ଫିଲ୍ମର ଦମଦାର ଟ୍ରେଲର । ଆଉ ଗୁରୁବାର ଜାରି ହୋଇଯାଇଛି ଫିଲ୍ମର ଦୁଇଟି ନୂଆ ପୋଷ୍ଟର। ଯାହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବିକ୍କି ।
ଇନଷ୍ଟାଗ୍ରାମରେ ପୋଷ୍ଟର ସେୟାର କରି ବିକ୍କି କ୍ୟାପସନରେ ଲେଖିଛନ୍ତି, ‘ଭୟର ସାଗର । ଆଜିଠୁ ଠିକ୍ 24 ଘଣ୍ଟା ପରେ । କାଲି 10 ଘଟିକା ସମୟରେ ଭୂତ ଦୁନିଆକୁ ଜାଣିବା ପାଇଁ ଆସିଯିବେ ।’ ଗୋଟିଏ ପୋଷ୍ଟରରେ ବିକ୍କିଙ୍କୁ ଅନେକ ହାତ ଜାବୁଡି ଧରିଥିବା ବେଳେ ସେ ଚିତ୍କାର କରୁଥିବାର ଦେଖାଯାଉଛନ୍ତି ।