ମୁମ୍ବାଇ:କରନ ଜୋହରଙ୍କ ଧର୍ମା ପ୍ରଡକ୍ସନର ଆଗାମୀ ପ୍ରୋଜେକ୍ଟ 'ଗୋବିନ୍ଦା ନାମ ମେରା'ରେ ଏକାଠି ନଜର ଆସିବାକୁ ଯାଉଛନ୍ତି ବିକି କୌଶଲ, କିଆରା ଆଡଭାନୀ ଓ ଭୂମି ପେଡନେକର । ଏହି ଫିଲ୍ମକୁ ଶଶାଙ୍କ ଖୈତାନ ଲେଖିବା ସହିତ ନିର୍ଦ୍ଦେଶନା ଦେବେ । ତେବେ ଏ ସମ୍ପର୍କରେ ଫିଲ୍ମ ମେକର କରନ ଜୋହର ଶୁକ୍ରବାର ଘୋଷଣା କରିଛନ୍ତି ।
Govinda Naam Mera: ଏକାଠି ନଜର ଆସିବେ ବିକି-କିଆରା-ଭୂମି
ଆସୁଛି କରନ ଜୋହରଙ୍କ ପ୍ରଡକ୍ସନ ହାଉସର ନୂଆ ପ୍ରୋଜେକ୍ଟ 'ଗୋବିନ୍ଦା ନାମ ମେରା' ଫିଲ୍ମ । ଏଥିରେ ଏକାଠି ନଜର ଆସିବାକୁ ଯାଉଛନ୍ତି ବିକି କୌଶଲଙ୍କ ସହିତ କିଆରା ଆଡଭାନୀ ଓ ଭୂମି ପେଡନେକର । ଅଧିକ ପଢନ୍ତୁ...
କରନ ଜୋହରଙ୍କ ପ୍ରଡକ୍ସନ ହାଉସ ସହିତ ଶଶାଙ୍କ ପୂର୍ବରୁ ହମ୍ପଟି ଶର୍ମା କି ଦୁଲହନିଆଁ, ବ୍ରଦିନାଥ କି ଦୁଲହନିଆଁ ଓ ଧଡ଼କ ଦ୍ବାରା ମିଳିତ ଭାବେ କାମ କରିଛନ୍ତି । କରନ ଫିଲ୍ମରେ ବିକିଙ୍କ ଚରିତ୍ରର ଏକ ପୋଷ୍ଟର ସହିତ ଦର୍ଶକଙ୍କୁ ଏହି ଖବର ଦେଇଛନ୍ତି । ତେବେ ଏହି ଫିଲ୍ମଟି ଆଗାମୀ ୨୦୨୨ ମସିହା ଜୁନ ୧୦ ତାରିଖରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ଜରିଆରେ ଦର୍ଶକ କମେଡ଼ି, ଦ୍ବନ୍ଦ୍ବ ଆଦିର ଫୁଲ୍ ପ୍ୟାକେଜର ମଜା ନେବେ ।
ଏହି ଫିଲ୍ମରେ ବିକି ଗୋବିନ୍ଦା ୱାଘମେୟାର ଭୂମିକାରେ ଅଭିନୟ କରିଥିବା ବେଳେ ଅଭିନେତ୍ରୀ ଭୂମି ଗୋବିନ୍ଦା ୱାଘମେୟାରଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ସେପଟେ କିଆରା ଜଣେ "naughty girlfriend" ଭୂମିକାରେ ଆସିବେ ନଜର । ବିନା ଟ୍ବିଷ୍ଟରେ କିପରି ଗୋଟିଏ ଷ୍ଟୋରୀ ହୋଇପାରିବ ଏବଂ ସୁନ୍ଦରୀ ମହିଳା ବିନା କିପରି କାହାଣୀ ହୋଇପାରିବ ବୋଲି ଟ୍ବିଟ କରି କରନ କିଆରାଙ୍କ ଚରିତ୍ର ସମ୍ପର୍କରେ ମଧ୍ୟ ସମ୍ୟକ୍ ସୂଚନା ଦେଇଛନ୍ତି ।