ଓଡିଶା

odisha

ETV Bharat / sitara

ବିକ୍କୀଙ୍କୁ ଧୋକା ଦେଲେ ନୋରା, ଦେଖନ୍ତୁ ଭିଡିଓ

ନୋରାଙ୍କ ଧୋକାର ଶିକାର ବିକ୍କୀ କୌଶଲ । ରିଲିଜ ହେଲା ‘ପଛତାଓଗେ’ ଭିଡିଓ ।

By

Published : Aug 23, 2019, 8:44 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିକ୍କୀ କୌଶଲ

ମୁମ୍ବାଇ: କିଛି ଦିନ ପୂର୍ବରୁ ଆଲିୟା ଭଟ୍ଟ ମ୍ୟୁଜିକ ଭିଡିଓ ଡେବ୍ୟୁ କରିଥିଲେ । ଆଉ ଏବେ ତାଙ୍କ ‘ରାଜି’ କୋ-ଷ୍ଟାର ବିକ୍କୀ କୌଶଲ ମଧ୍ୟ ମ୍ୟୁଜିକ ଭିଡିଓ ‘ପଛତାଓଗେ’ରେ ଡେବ୍ୟୁ କରିଛନ୍ତି । ରିଲିଜ ହୋଇଯାଇଛି ବିକ୍କୀ ଓ ନୋରା ଫତେହି ‘ପଛତାଓଗେ’ ଭିଡିଓ ।

ଏହି ମ୍ୟୁଜିକ ଭିଡିଓରେ ପ୍ରେମ, ପ୍ରତାରଣାର କାହାଣୀ ଦେଖିବାକୁ ମିଳୁଛି । ଯେଉଁଥିରେ ନୋରା ଅନ୍ୟ ପୁଅକୁ ପ୍ରେମ କରି ବିକ୍କୀଙ୍କୁ ଧୋକା ଦେବା ସହ ଜୀବନରେ ହତ୍ୟା କରୁଥିବାର ଦେଖାଯାଉଛନ୍ତି । ଅନ୍ୟପଟେ ବିକ୍କୀ, ନୋରାଙ୍କ ବିଷୟରେ ସବୁକିଛି ଜାଣି ଖୁସି ଖୁସି ବିଷ ପିଇଯାଉଛନ୍ତି ।

ପ୍ରକାଶ ଥାଉକି ‘ପଛତାଓଗେ’ ଗୀତକୁ ଲୋକପ୍ରିୟ ଗାୟକ ଅରିଜିତ ସିଂ ଗାଇଥିବା ବେଳେ ମ୍ୟୁଜିକର ତଡକା ଭରିଛନ୍ତି ବି ପ୍ରାକ । ସେହିପରି ଗୀତଟିକୁ କମ୍ପୋଜ କରିବା ସହ ଲିରିକ୍ସ ଲେଖିଛନ୍ତି ଜାନି । ପ୍ରଥମଥର ବିକ୍କୀ ଓ ନୋରା ଏହି ମ୍ୟୁଜିକ ଭିଡିଓରେ ଏକାଠି ନଜର ଆସିଛନ୍ତି ।

ABOUT THE AUTHOR

...view details