ଜୟପୁର:ଆଉ କିଛି ଦିନ ମଧ୍ୟରେ ବିବାହ(Vicky-kat Wedding) ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବଲିଉଡ଼ ଷ୍ଟାର ବିକି କୌଶଲ ଓ କ୍ୟାଟ୍ରିନା କୈଫ । ବିବାହ ପୂର୍ବରୁ ଉଭୟଙ୍କ ବିରୋଧରେ ରାଜସ୍ଥାନରେ ଏତଲା ଦିଆଯାଇଛି । ସବାଇ ମାଧୋପୁର ଜିଲ୍ଲାର ବରୱାଡ଼ା ନିକଟରେ ଥିବା ସିକ୍ସ ସେନ୍ସେସ ହୋଟେଲ(Six Senses Fort Barwara)ରେ ତାଙ୍କର ବିବାହକୁ ନେଇ ଉକ୍ତ ଅଞ୍ଚଳ ମାତା ମନ୍ଦିରକୁ ଥିବା ରାସ୍ତାକୁ ବନ୍ଦ କରାଯାଇଛି । ଏଥିଲାଗି ରାଜସ୍ଥାନରେ ଆଇନଜୀବୀ ନେତ୍ରବିନ୍ଦ ସିଂହ ହୋଟେଲ ପରିଚାଳକ, କ୍ୟାଟ୍ରିନା କୈଫ, ବିକି କୌଶଲ ଓ ଜିଲ୍ଲାପାଳଙ୍କ ବିରୋଧରେ କରିଛନ୍ତି ଅଭିଯୋଗ ।
ନେତ୍ରିବନ୍ଦ ଜିଲ୍ଲା ଆଇନ ସେବା ପ୍ରାଧିକରଣ(District Legal Services Authority)ରେ ଏମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଏହାସହିତ ମନ୍ଦିର ଯିବାକୁ ଥିବା ରାସ୍ତାକୁ ତୁରନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଅପିଲ କରିଛନ୍ତି । ଆଇନଜୀବୀଙ୍କ ଅଭିଯୋଗ ମୁତାବକ ବିକି-କ୍ୟାଟ୍ଙ୍କ ବିବାହ ସ୍ଥଳକୁ ନେଇ ତାଙ୍କର କୌଣସି ଆପତ୍ତି ନାହିଁ । କିନ୍ତୁ ଐତିହାସିକ ମାତା ମନ୍ଦିର ଯିବାକୁ ରାସ୍ତା ବନ୍ଦ କରିବା ଗ୍ରହଣୀୟ ନୁହେଁ । ଏଠାକୁ ପ୍ରତିଦିନ ଅନେକ ଶ୍ରଦ୍ଧାଳୁ ଆସୁଥିବା ବେଳେ ଏହାକୁ କିଛି ଦିନ ଲାଗି ଲୋକଙ୍କ ଯାତାୟାତ ବନ୍ଦ ରଖାଯାଇଛି । ମନ୍ଦିର ଯିବା ରାସ୍ତାରେ ହୋଟେଲ ପଡୁଥିବାରୁ ସ୍ଥାନୀୟ ପ୍ରଶାସନ ଭିଡ଼କୁ ଏଡ଼ାଇବା ପାଇଁ ଏହି ପଦକ୍ଷେପ ନେଇଛି ।