ମୁମ୍ବାଇ: ଉରି ଆକ୍ଟର ବିକି କୌଶଲ ଓ ସୁନ୍ଦରୀ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା । ଗତ କିଛି ଦିନ ତଳେ ତାଙ୍କର ନିର୍ବନ୍ଧ ଶେଷ ହୋଇଛି ବୋଲି ଗୁଜବ ଉଠିଥିଲା । ଯାହାକୁ ନେଇ ବେଶ ଉତ୍ସାହିତ ହୋଇପଡିଥିଲେ ଉଭୟ ଷ୍ଟାରଙ୍କ ପ୍ରଶଂସକ । ଏହି ଗୁଜବକୁ ନେଇ ବିକିଙ୍କ ବାପାମା’ କିପରି ପ୍ରତିକ୍ରିୟା ପ୍ରକାଶ କରିଥିଲେ ସେ ସମ୍ପର୍କରେ ସୂଚନା ଦେଇଛନ୍ତି ବିକିଙ୍କ ସାନ ଭାଇ ସନି କୌଶଲ ।
ବିକିଙ୍କ ସାନ ଭାଇ ସନି ଏହି ଖବର ମିଥ୍ୟା ବୋଲି କହିଛନ୍ତି । ସନ୍ନି କହିଛନ୍ତି ଯେ ସେମାନଙ୍କ ପରିବାର ଏ ସମ୍ପର୍କରେ ଜାଣିବା ପରେ ବିକିଙ୍କ ସହ ମିଶି ଖୁବ ଜୋରରେ ଏକତ୍ର ହସିଥିଲେ । ତେବେ ଏହି ଖବରରେ କିଛି ସତ୍ୟତା ଅଛି କି ନାହିଁ ସେ ସମ୍ପର୍କରେ ସନିଙ୍କୁ ପଚରାଯାଇଥିଲା । ସେ କହିଥିଲେ ଯେତେବେଳେ ଏହି ଖବର ଆସିଲା ସେତେବେଳେ ବିକି ଜିମ ଯାଇଥିଲେ । ତେବେ ବିକି ଜିମରୁ ଫେରିବା ପରେ ତାଙ୍କ ବାପାମା’ ବିକିଙ୍କୁ କହିଥିଲେ ଯେ, " ଆରେ ୟାର, ତୋ ନିର୍ବନ୍ଧ ହୋଇଯାଇଛି, ମିଠା ତ ଖାଇବାକୁ ଦେ" । ଏହାପରେ ବିକି କହିଥିଲେ ଯେ, "ଯେମିତି ଅସଲି ନିର୍ବନ୍ଧ ହୋଇଛି, ସେମିତି ଅସଲି ମିଠାଇ ବି ଖାଇଦିଅ" ।