ଓଡିଶା

odisha

ETV Bharat / sitara

VicKat Mehendi: ଶ୍ବଶୁରଙ୍କ ସହିତ ମନ ଖୋଲି ନାଚିଲେ କ୍ୟାଟ୍ରିନା - ଶ୍ବଶୁରଙ୍କ ସହିତ ନାଚିଲେ କ୍ୟାଟ୍ରିନା

ବିବାହ, ହଳଦୀ ପରେ ଏବେ ଇଣ୍ଟରନେଟରେ ଛାଇ ଯାଇଛି ବିକି କ୍ୟାଟଙ୍କ ମେହେନ୍ଦୀ ସେରିମନୀ ଫଟୋ । ଯେଉଁଥିରେ ଶ୍ବଶୁରଙ୍କ ସହିତ ନାଚୁଥିବାର ନଜର ଆସିଛନ୍ତି କ୍ୟାଟ୍ରିନା । ଅଧିକ ପଢନ୍ତୁ

VicKat Mehendi: ଶ୍ବଶୁରଙ୍କ ସହିତ ମନ ଖୋଲି ନାଚିଲେ କ୍ୟାଟ୍ରିନା
VicKat Mehendi: ଶ୍ବଶୁରଙ୍କ ସହିତ ମନ ଖୋଲି ନାଚିଲେ କ୍ୟାଟ୍ରିନା

By

Published : Dec 12, 2021, 5:27 PM IST

ହାଇଦ୍ରାବାଦ: ନବ ବିବାହିତ କପଲ୍‌ ବିକି କୌଶଲ ଓ କ୍ୟାଟ୍ରିନା କୈଫ ଗୋଟିଏ ପରେ ଗୋଟିଏ ଉତ୍ସବର ଫଟୋକୁ ନିଜ ଫ୍ୟାନ୍ସଙ୍କ ସହିତ କରିଛନ୍ତି ସେୟାର । ବିବାହ ଓ ହଳଦୀ ପରେ ଏବେ ଆସିଛି ବିକି କ୍ୟାଟ୍‌ଙ୍କ ମେହେନ୍ଦୀ ସେରିମନୀ(VicKat Mehendi)ର ଫଟୋ । ଏହି ଫଟୋରେ କ୍ୟାଟ୍ରିନା ନିଜ ଶ୍ବଶୁରଙ୍କ ସହିତ ମନ ଖୋଲି ନାଚୁଥିବାର ଦେଖିବାକୁ ମିଳିଛି । ଏହି ଫଟୋ ଏବେ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଆସିଲା ବିକି କ୍ୟାଟଙ୍କ ମେହେନ୍ଦୀ ସେରିମନୀ ଫଟୋ

ବିକି ଓ କ୍ୟାଟ୍‌ ନିଜ ବିବାହକୁ ଅତ୍ୟନ୍ତ ଗୁପ୍ତ ରଖିଥିଲେ । ବିବାହ ଦିନ ପର୍ଯ୍ୟନ୍ତ ମଧ୍ୟ ଉଭୟଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା । ତେବେ ଗତ ଡିସେମ୍ବର ୯ ତାରିଖରେ ରାଜସ୍ଥାନର ସିକ୍ସ ସେନ୍ସେସ ଫୋର୍ଟରେ ଏହି ୨ ଷ୍ଟାର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହ ପରେ ଏହି ଷ୍ଟାର କପଲ୍‌ ଗୋଟିଏ ପରେ ଗୋଟିଏ ନିଜ ରୟାଲ ୱେଡିଙ୍ଗର ଆକର୍ଷଣୀୟ ଫଟୋ ଫ୍ୟାନ୍ସଙ୍କୁ ଭେଟି ଦେଉଛନ୍ତି ।

ଆସିଲା ବିକି କ୍ୟାଟଙ୍କ ମେହେନ୍ଦୀ ସେରିମନୀ ଫଟୋ
ଆସିଲା ବିକି କ୍ୟାଟଙ୍କ ମେହେନ୍ଦୀ ସେରିମନୀ ଫଟୋ

ଏହା ବି ପଢନ୍ତୁ: Vickat Wedding: ବିକିଙ୍କ ଗାଲରେ ହଳଦୀ ଲଗାଇଲେ କ୍ୟାଟ୍‌, ଫଟୋ ଭାଇରାଲ

ହଳଦୀର କଲରଫୁଲ୍‌ ଫଟୋ ସେୟାର କରିବା ପରେ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି ବିକି ଓ କ୍ୟାଟ୍‌ଙ୍କ ମେହେନ୍ଦୀ ଫଟୋ । ଏହି ଫଟୋ ସେୟାର କରି କ୍ୟାଟ୍ରିନା କ୍ୟାପସନରେ ଲେଖିଛନ୍ତି ଯେ, "Mehendi Taa Sajdi Je Nache Saara Tabbar! 🕺🏽💃✨." ସେ ପଞ୍ଜାବୀ ଭାଷାରେ ଏହି କ୍ୟାପସନ ଲେଖିଛନ୍ତି । ଏହି ଫଟୋରେ କପଲ ନିଜ ପରିବାର ସହିତ ଖୁସିରେ ନାଚୁଥିବା ଦେଖିବାକୁ ମିଳିଛି ।

ମେହେନ୍ଦୀରେ ସାନଭାଇଙ୍କ ସହ ବିକି କୌଶଲ
ଆସିଲା ବିକି କ୍ୟାଟଙ୍କ ମେହେନ୍ଦୀ ସେରିମନୀ ଫଟୋ
ମେହେନ୍ଦୀ ସେରିମନୀରେ କ୍ୟାଟ୍ରିନା
ମେହେନ୍ଦୀ ସେରିମନୀରେ ବିକିଙ୍କ ସହ କ୍ୟାଟ୍ରିନା

ଏ ସମସ୍ତ ଫଟୋ ମଧ୍ୟରେ ଫ୍ୟାନ୍ସଙ୍କୁ ଦୃଷ୍ଟି ଆକର୍ଷଣ କରିଛି ଗୋଟିଏ ଫଟୋ । ଯେଉଁଥିରେ କ୍ୟାଟ୍ରିନା ନିଜ ଶ୍ବଶୁର ତଥା ଆକ୍ସନ ଡିରେକ୍ଟର ଶାମ କୌଶଲଙ୍କ ସହିତ ନାଚୁଥିବା ନଜର ଆସିଛନ୍ତି । ରିପୋର୍ଟ ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ଏହି କପଲ୍‌ ମୁମ୍ବାଇର ଜୁହୁରେ ଥିବା ନିଜ ନୂଆ ଘରକୁ ସ୍ଥାନାନ୍ତର ହୋଇଛନ୍ତି । କିଛି ଦିନ ମଧ୍ୟରେ ଏହି କପଲ୍‌ ଫିଲ୍ମ ଇଣ୍ଡଷ୍ଟ୍ରିକୁ ୱେଡିଙ୍ଗ ରିସେପ୍ସନ ପାର୍ଟି ଦେବାକୁ ଯାଉଛନ୍ତି ।

ମେହେନ୍ଦୀ ସେରିମନୀରେ ନାଚିଲେ କ୍ୟାଟ୍

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details